ନାଲକୋ ସିପିପି ଛକରେ ପିଛା ଛାଡ଼ୁନି ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ

161

ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ଗତକାଲି  ଲଗାତାର ଦୁଇଟି ଦୁର୍ଘଟଣା ହୋଇଛି । ଗତକାଲି ୧୦ଟା ସମୟରେ ରାସ୍ତା ସଫା କରୁଥିବା ଭାକୁମ୍ ମେସିନ୍ ୪୦୭ ଟ୍ରକକୁ ନାଲକୋ କାରଖାନାର ଆସୁଥିବା କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହାର ଆପସ ବୁଝାମଣା ପରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା । ପୁଣି ସନ୍ଧ୍ୟାଟା ୬ ସମୟରେ ମାରୋତି ଅଲଟୋ କାର କୁ ଏକ ଟ୍ରକ ଧକ୍କା ଦେଇଥିଲା ଯାହା ଫଳରେ କାର ସାମ୍ନା ଭାଗ ଟି କ୍ଷତି ହେବା ସହ ଅଳ୍ପକେ ଚାଳକ ବର୍ତ୍ତି ଯାଇଛନ୍ତି । ନାଲକୋ ସିପିପି ଛକରେ ଗତ କାଲି ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମହିଳା ଆହତ ହୋଇଥିଲେ ।  ସେହିପରି ଭାବରେ ୭୨ଘଣ୍ଟା ଭିତରେ ୬ଟି ଗାଡି ଦୃଘଟଣା ହୋଇଥିବା ସୂଚନା ମିଳିଛି । ନାଲକୋ ଥାନା ପକ୍ଷରୁ ଦୁଇ ଜଣ ହୋମ ଗାର୍ଡ ଓ ନାଲକୋ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇ ଜଣ ଆଇ.ଏସ.ଏସ ସୁରକ୍ଷା କର୍ମୀ ସୁରକ୍ଷା ଦାୟିତ୍ୱ ରେ ଥିବା ବେଳେ କିପରି ଦୃଘଟଣା ଘଟୁଛି ତାହା ଏକ ବଡ଼ ପ୍ରଶ୍ନ । ନାଲକୋ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଓ ନାଲକୋ କାରଖାନା ଦକ୍ଷ ସୁରକ୍ଷା କର୍ମୀଙ୍କୁ ନିଯୋଜିତ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି ।

 

Leave A Reply

Your email address will not be published.