ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁଞ୍ଜିସିଲ ଜଳପ୍ରପାତ

646

କୋରାପୁଟ – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ ସହର।ପ୍ରାକୃତିକ ପରିବେଶ ସହ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ପ୍ରତିବର୍ଷ ଟାଣି ଆଣିଥାଏ। ସେଥି ମଧ୍ୟରୁ ପୁଞ୍ଜିସିଲ ହେଉଛି କୋରାପୁଟର ଅନ୍ୟତମ ସୌନ୍ଦର୍ଯ୍ୟ। ପ୍ରକୃତିରାଣୀର ଅପୂର୍ବ ଶୋଭା ଦେଖିବାକୁ କୋରାପୁଟ ଦଶମନ୍ତପୁର ଅଞ୍ଚଳର ପୁଞ୍ଜିସିଲକୁ ଆସୁଛନ୍ତି ପର୍ଯ୍ୟଟକ।କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲଠାରେ ପଥର ଉପର ଦେଇ ବହିଯାଉଥିବା ଦୃଶ୍ୟ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ସେଠାରେ ଝରଣାରେ ଗାଧୋଇବା ସହ ବଣଭୋଜିର ବି ମଜା ନେଉଛନ୍ତି ପର୍ଯ୍ୟଟକ ।ଏହି ପୁଞ୍ଜିସିଲ ଜଳପ୍ରପାତର ବିଶେଷ ଗୁଣ ହେଲା, ଅନ୍ୟ ପ୍ରପାତ ପରି ଏହା ବିପଦସଙ୍କୁଳ ନୁହେଁ।ପାହାଡ଼ର ଛାତି ଚିରି ବୋହି ଆସିଛି ଚିରସ୍ରୋତା ଝରଣା।ଅତି ନିକଟରୁ ଜଳପ୍ରପାତକୁ ମନଭରି ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପୁଞ୍ଜିସିଲର ପ୍ରାକୃତିକ ପରିବେଶରେ ବଣଭୋଜି କରିବା ସହ ଜଳକ୍ରୀଡାର ଭରପୂର ମଜା ଉଠାଉଛନ୍ତି।ଛୋଟରୁ ବଡ଼ ସମସ୍ତେ ଏଠି ଗାଧୋଇବାର ମଜା ନେଉଛନ୍ତି।

Leave A Reply

Your email address will not be published.