ବଢିବାରେ ଲାଗିଛି ଶ୍ରୀଲଙ୍କା ସଙ୍କଟ, ସ୍କୁଲ ବନ୍ଦ ସହିତ କର୍ମଚାରୀଙ୍କ ୱର୍କ ଫର୍ମ ହୋମ

219

ଦିନକୁ ଦିନ ବଢିବାରେ ଲାଗିଛି ଶ୍ରୀଲଙ୍କା ସଙ୍କଟ । ଭୁସୁଡିବାରେ ଲାଗିଛି ଶ୍ରାଲଙ୍କାର ଅର୍ଥନିତିକ ମେରୁ ଦଣ୍ଡ । ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଖାଦା ପାନୀୟର ମଧ୍ୟ ଘୋର ଅଭାବ ଦେଖାଦେଇଛି । ଏହାର କାରଣ ହେଉଛି ଶ୍ରୀଲଙ୍କାର ବିଦେଶ ମୁଦ୍ରା ଭଣ୍ଡାର ଖାଲି ହୋଇଯିବା । କାରଣ ବିଦେଶ ମୁଦ୍ରା ଭଣ୍ଡାର ଖାଲି ହୋଇଯିବା ଫଳରେ ଇନ୍ଧନ କିଣିବା ସକ୍ଷମ ହୋଇପାରୁନି ଶ୍ରୀଲଙ୍କା । ସୂଚନା ମୁତାବକ୍ ଇନ୍ଧନ ସଂଚୟ କରି ରଖିବା ପାଇଁ କର୍ମଚାରୀ ମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର କାରଣ ହେଉଛି ୱାର୍କ ଫର୍ମ ହୋମ କଲେ କର୍ମଚାରୀମାନଙ୍କୁ ଆଉ ତେଲ ସାରି ଅଫିସ ଆସିବାକୁ ପଡିବ ନାହିଁ । ଯାହାଫଳରେ ଇନ୍ଧନର କିଛିଟା ସଂଚୟ ହୋଇପାରିବ । ଆଜି ଶ୍ରୀଲଙ୍କା ପୋଲିସ ଗ୍ରାହକଙ୍କୁ ଟୋକନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜଣାଜାଏ ଯେ, ପେଟ୍ରୋଲ ପମ୍ପରେ ଗ୍ରାହକମାଙ୍କୁ ଟୋକନ ନେଇ ପେଟ୍ରୋଲ ଭରିବାକୁ ପଡୁଛି । ଏକ ଅଟୋ ଚାଳକଙ୍କ କହିବା ଅନୁସାରେ ସେ ନିଜର ଅଟୋ ରିକ୍ସାରେ ଇନ୍ଧନ ପକାଇବା ପାଇଁ ଚାରି ଦିନ ହେବ ଛିଡା ହୋଇଛନ୍ତି କିନ୍ତୁ ଏପର୍ଯନ୍ତ ମିଳିପାରୁ ନାହିଁ । ୨୨ ମିଲିୟନ ଲୋକ ରହୁଥିବା ଏହି ଦ୍ୱୀପ ଦେଶରେ ଲୋକେ ମୁଠେ ଖାଇବା ପାଇଁ ଅଭାବ ଅନଟନ ଦେଇ ଗତି କରୁଛନ୍ତି । ଜୀବନ ଯାପନ କରିବା ପାଇଁ ଅତ୍ୟାବଶକୀୟ ସମାଗ୍ରୀ ଖାଦ୍ୟ, ପାନୀୟ, ଔଷଧ, ଇନ୍ଧନ ଇତ୍ୟାଦିର ଘୋର ଅଭାବ ରହିଛି । ସେହିପରି ରାଜଧାନୀ କଲମ୍ବୋସ ରେ ସ୍କୁଲ ବନ୍ଦ କରିଦିଆଯାଇଛି । ସମସ୍ତ କର୍ମଚାରୀମାନଙ୍କୁ ଘରେ ରହି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ୱର୍କ ଫର୍ମ ହୋମ କରିବାକୁ ସରକାର କହିଛନ୍ତି ।

Leave A Reply

Your email address will not be published.