ଖୋର୍ଦ୍ଧା ,(ଡିକେ ନ୍ୟୁଜ): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି ଉପଲକ୍ଷେ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ରୁଦ୍ର ନାଥ ଦତଙ୍କ ପ୍ରଚେଷ୍ଟାରେ ଖୋରଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରାଢମଲ୍ଲ ଗ୍ରାମପଞ୍ଚାୟ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ମୁଜିବୁଲା ଖାଁ, ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ବାସନ୍ତି ମହାପାତ୍ର, ବିଜୁ ମହିଳା ଜନତା ଦଳ ଖୋରଧା ଜିଲ୍ଳା ସଭାନେତ୍ରୀ ଗୀତାଞ୍ଜଳୀ ପାଟ୍ଟଶାଣୀ, ଖୋରଧା ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଓଡ଼ିଶା ମୋ ପରିବାର ଖୋରଧା ଜିଲ୍କଲା ସଂଯୋଜକ ଦିଲ୍ଲୀପ ହୋତା, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ନଶିମ ଖାଁ, ବିଜୁ ଯବୁ ଜନତା ଦଳ ଖୋରଧା ଜିଲ୍ଲା ସଭାପତି ରାଜେଶ ପରିଡ଼ା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.