ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

172

ଭୁବନେଶ୍ୱର, ୨୫ ଜାନୁଆରୀ – ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଂଟ୍ରେ ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଜାତୀୟ କନ୍ୟା ଦିବସ ଅବସରରେ ନିଜ ବୋହୂର ଦ୍ୱିତୀୟ ବିବାହ କରାଇଛନ୍ତି । ହିନ୍ଦୁ ରୀତିନୀତିରୁ ଆଗକୁ ଯାଇ ସେ ତାଙ୍କ ବିଧବା ବୋହୂଙ୍କ ଭବିଷ୍ୟତ କଥା ଚିନ୍ତା କରିଥିବାରୁ ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି । ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରଡ଼ମ୍ବର ଭାବେ ଏହି ବିବାହର ଅୟୋଜନ ହୋଇଥିଲା । ମଧୁସ୍ମିତାଙ୍କ ବିବାହ ବାଲେଶ୍ୱରର ରେମୁଣା ନିବାସୀ ସ୍ୱର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁତ୍ର ଶିବ ଚନ୍ଦନଙ୍କ ସହ ହୋଇଛି । ବିବାହ ଉତ୍ସବରେ ସମ୍ବିତ ନନ୍ଦଙ୍କ ପତ୍ନୀ ରଞ୍ଜିତା, ମଧୁସ୍ମିତାଙ୍କ ବାପା, ମଧୁସ୍ମିତାଙ୍କ ୨ ଭାଇ, ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଉପସ୍ଥିତ ଥିଲେ । ମଧୁସ୍ମିତାଙ୍କ ବାପା ନିଳମଣି ପଣ୍ଡାଙ୍କ ସମ୍ମତିକ୍ରମେ ଏହି ବିବାହ ସଂପନ୍ନ ହୋଇଛି ।

Leave A Reply

Your email address will not be published.