ବ୍ରିଟେନ ଗସ୍ତରେ ଗଲେ ମୋଦି: ଉଠିବ ବିଜୟ ମାଲ୍ୟା, ନିରବ ମୋଦି ପ୍ରତ୍ୟାର୍ପଣ ମାମଲା

Modi to visit UK: Vijay Mallya, Nirav Modi extradition case to come up

186

ନୂଆଦିଲ୍ଲୀ, ୨୩ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ୨୩ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଦୁଇ ଦିନିଆ ଯୁକ୍ତରାଜ୍ୟ (ୟୁକେ) ଗସ୍ତ କରିବେ, ଏହା ପରେ ସେ ୨୫ରୁ ୨୬ ଜୁଲାଇ ପର୍ଯ୍ୟନ୍ତ ମାଳଦ୍ୱୀପ ଗସ୍ତ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଛି । ଏହି ଗସ୍ତ ଅବସରରେ ମୋଦି ବ୍ରିଟେନର ରାଜା ଚାର୍ଲସ ୩ୟ, ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ସାକ୍ଷାତ କରିବେ । ସେହିପରି ଏହି ଗସ୍ତବେଳେ ମୋଦି ବିଜୟ ମାଲ୍ୟା, ନିରବ ମୋଦି ଆଦି ପଳାତକଙ୍କ ପ୍ରତ୍ୟାର୍ପଣ, ଖଲିସ୍ଥାନ ପ୍ରସଙ୍ଗ ଉପରେ ବି ଆଲୋଚନାକରିବାର ସମ୍ଭାବନା ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ୟୁକେ ଗସ୍ତ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନିମନ୍ତ୍ରଣରେ ହେଉଛି । ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ୟୁକେ ଗସ୍ତ ହେବ । ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଏହି ଗସ୍ତ ନିଶ୍ଚିତ ଭାବରେ ଏକ ସଂକ୍ଷିପ୍ତ ଗସ୍ତ, କିନ୍ତୁ ଏହା ଉଭୟ ନେତାଙ୍କୁ ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ଦିଗଗୁଡ଼ିକର ସମୀକ୍ଷା କରିବା, ଏହାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ ଆଲୋଚନା କରିବା ଏବଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର ପ୍ରସଙ୍ଗଗୁଡ଼ିକ ଉପରେ ବିଚାର କରିବାର ସୁଯୋଗ ଦେବ । ବୈଦେଶିକ ସଚିବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ୨୫ ଏବଂ ୨୬ ଜୁଲାଇରେ ହେବ । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣରେ ସେ ଏହି ଗସ୍ତରେ ଯିବେ । ମାଳଦ୍ୱୀପ ସହ ଭାରତର ସଂପର୍କ ଧୀରେ ଧୀରେ ସୁଧୁରୁଥିବାରୁ ଏହି ଗସ୍ତ ସେଥିରେ ସକାରାତ୍ମକ ପ୍ରଭାବ ପକାଇବ ।

Leave A Reply

Your email address will not be published.