ସିଂହ ଉପରେ ମା’ ସିଂହବାହିନୀ ମଙ୍ଗଳା

Mother Lioness Mangala on the lion

26

କାକଟପୁର, : ଆଦିଶକ୍ତି ପରମ ବୈଷ୍ଣବୀ ମା’ ଜଗତ ଜନନୀ ମଙ୍ଗଳା, କାକଟପୁର ପ୍ରାଚୀ ତଟରେ ପୂଜା ପାଉଛନ୍ତି ବନଦୁର୍ଗା ମନ୍ତ୍ରରେ । ଚାଲିଛି ଶାରଦୀୟ ନବରାତ୍ର ପୂଜା । ବିଭିନ୍ନ ଶକ୍ତି ପୀଠରେ ରବିବାର ଦିନ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ମା’ଙ୍କର ଏହି ନବଦିନରେ ନାଲି କଲି, କଳା କଲି, ତୀର କମାଣରେ ରଘୁନାଥ ବେଶ, କାତ୍ୟାୟନୀ ଓ କାର୍ତ୍ତି ଖର୍ପର, ମହା ସପ୍ତମୀରେ ମା’ଙ୍କର ପବିତ୍ର ସିଂହ ବାହିନୀ ବେଶ ଅନୁଷ୍ଠିତ ହୋଇଛି । ମା’ଅସ୍ତ୍ର ଧାରଣ କରି ସିଂହ ଉପରେ ବିରାଜ କରି ମହିଷାସୁର ସହ ଯୁଦ୍ଧ କରିବାକୁ ଯାଉଛନ୍ତି ରତ୍ନଗିରୀ । ଏହି ବେଶରେ ମା’ ଅତ୍ୟନ୍ତ ଶକ୍ତିମୟୀ ଆଉ ଦୁର୍ଗତିନାଶିନୀଙ୍କ ରୂପେ ଦୃଶ୍ୟ ହୁଅନ୍ତି । ପ୍ରତ୍ୟେକ ଦିନ ବେଶ ଆଉ ମହା ସପ୍ତମୀ ବେଶରେ ସିଂହ ବାହିନୀ ବେଶ ଏତେ ଦୁର୍ଲଭ କେବଳ କାକଟପୁର ନୁହେଁ ଓଡିଶା ଓ ଓଡିଶା ବାହାରୁ ଅନେକ ରାଜ୍ୟରୁ ଆଜି ୧୦ ହଜାର ଭକ୍ତଙ୍କ ସମାଗମ ହୋଇଛି । ମା’ଙ୍କର ରୀତିକାନ୍ତି ସରିବା ପରେ ସେବାୟତ ମାନଙ୍କ ଦ୍ୱାରା ଏହି ବେଶ ଅନୁଷ୍ଠିତ ହୋଇଥିଲା । ଷୋଡଶ ଉପଚାର ପୂଜା ପଣ୍ଡାଙ୍କ ଦ୍ୱାରା ମା’ଙ୍କର ଔପଚାରିକ ପୂଜା ଅନୁଷ୍ଠିତ ହେବା ପରେ ଭକ୍ତମାନେ ମା’ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି । ପୂଜକ ତୁଷାର ରଞ୍ଜନ ଦୀକ୍ଷିତ, ତାପସ ଦୀକ୍ଷିତ, ମହେନ୍ଦ୍ର ଦୀକ୍ଷିତ କୁହନ୍ତି ଶାରଦୀୟ ନବରାତ୍ରରେ ମା’ଙ୍କର ଏହି ବେଶ ଦର୍ଶନ କଲେ ନବଗ୍ରହ ଶାନ୍ତି ହୁଅନ୍ତି ତା ସହ ପିତୃ ପୁରୁଷ ତୃପ୍ତି ହୁଅନ୍ତି । ମାନସିକଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୁଏ । ମନ୍ଦିର ପ୍ରଶାସନ ଓ କାକଟପୁର ପୋଲିସ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଭକ୍ତ ଶୃଙ୍ଖଳାର ସହ ଦର୍ଶନ କରିଛନ୍ତି । ଯାହାକୁ ନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଓ କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.