ସ୍ପୋଟର୍ସ ଆଇକନ ଭାବେ ସମ୍ମାନିତ ହେଲେ ସୁରେଶ ରାଇନା

205
ସ୍ପୋଟର୍ସ ଆଇକନ ଭାବେ ସମ୍ମାନିତ ହେଲେ ସୁରେଶ ରାଇନା

ଡୁମାଣୀଟିଭି.୨୧/୩ : ସୁରେଶ ରାଇନାଙ୍କୁ ଆଇପିଏଲ୍ରେ ଖେଳିବାକୁ ସୁଯୋଗ ମିଳିନଥିଲା କିନ୍ତୁ ପରେ ଆଇପିଏଲରେ କେମେଣ୍ଟ୍ରି କରିବା ପାଇଁ ସୁଯୋଗ ମିଳିଥିଲା। ହେଲେ ଏବେ ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ବଡ ସମ୍ମାନ ମିଳିଛି। ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ସ୍ପୋଟର୍ସ ଆଇକନ ଭାବେ ଚୟନ କରାଯାଇଛି। ଏହି ସମ୍ମାନ ପାଇଁ ୧୬ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନୋମିନେଟ୍ କରାଯାଇଥିଲା।
ସୂଚନା ଅନୁସାରେ,କ୍ରିକେଟ ସହିତ ଫୁଟବଲ ଏବଂ ଆଥଲେଟିକ୍ସ ସହ ଜଡିତ ଖେଳାଳିଙ୍କ ନାମ ସାମିଲ ରହିଥିଲା। ମାଳଦ୍ୱୀପରେ ଆୟୋଜିତ ଏହି ସମାରୋହରେ ରାଇନାଙ୍କୁ ଏହି ସମ୍ମାନ ମିଳିଥିଲା। ଏହି ଆଓ୍ଵାର୍ଡ ସମାରୋହକୁ ୧୭ ମାର୍ଚ୍ଚକୁ ଆୟୋଜନ କରାଯାଇଥିଲା। ଆଓ୍ଵାର୍ଡ ପାଇବା ପରେ ରାଇନା ଟ୍ଵିଟ୍ କରି ମାଳଦ୍ୱୀପ ରାଷ୍ଟ୍ରପତି ଏବଂ ଖେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଥିଲେ। ୨୦୦୫ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ରାଇନା। ଭାରତ ପାଇଁ ୨୨୬ଟି ଦିନିକିଆ ମ୍ୟାଚରେ ୫ଟି ଶତକ ଏବଂ ୩୬ ଅର୍ଦ୍ଧଶତକ ସହିତ ୫୬୧୫ ରନ୍ କରିଛନ୍ତି। ରାଇନାଙ୍କ ବ୍ୟାଟିଂ ଆଭରେଜ ୩୫.୩୧ ରହିଛି। ରାଇନାଙ୍କୁ ଟି-୨୦ରେ ସ୍ପେଶାଲିଷ୍ଟ ଖେଳାଳି ବୋଲି କୁହାଯାଏ। ରାଇନା ୭୮ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ରହିଛି।

Leave A Reply

Your email address will not be published.