୧୦୦ କୋଟି କ୍ଲବରେ ସ୍ଥାନ ପାଇଲା କାଶ୍ଚୀର ଫାଇଲ୍ସ , ଏବେ ବି ହଲରେ ନିଜର ଦବଦବା ଜାରି ରଖିଛି ଫିଲ୍ମ

222
୧୦୦ କୋଟି କ୍ଲବରେ ସ୍ଥାନ ପାଇଲା କାଶ୍ଚୀର ଫାଇଲ୍ସ , ଏବେ ବି ହଲରେ ନିଜର ଦବଦବା ଜାରି ରଖିଛି ଫିଲ୍ମ

ଡୁମାଣୀ ଟିଭି,୨୦/୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ସିନେମା ହଲ୍‌ରେ ଏହି ଫିଲ୍ମକୁ ଦେଖି ବହୁତ ଲୋକଙ୍କ ଆଖିରେ ଲୁହ ଆସିଯାଇଛି। ସେତିକି ନୁହେଁ, ଫିଲ୍ମକୁ ଅଧିକ ପ୍ରଂଶସା ମଧ୍ୟ ମିଳିଛି। ଏହା ମଧ୍ୟରେ ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ କରିବାରେ ଲାଗିଛି। ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ହୋଲି ଅବସରରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଛି । କିନ୍ତୁ ଲୋକେ କାଶ୍ମୀର ଫାଇଲ୍ସକୁ ବହୁତ ପ୍ରଶଂସା କରିବାରେ ଲାଗିଛନ୍ତି।
ଫିଲ୍ମଟି ବର୍ତ୍ତମାନ ୧୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଗୁରୁବାର, ସପ୍ତମ ଦିନ, ଫିଲ୍ମଟି ପ୍ରାୟ ୧୮.୦୫ କୋଟି କଲେକ୍ସନ କରିଛି । ଫିଲ୍ମ ଏବେ ସୁଦ୍ଧା ୯୭.୩୦ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମ ଶୁକ୍ରବାର ଦିନ ୩.୫୫କୋଟି, ଶନିବାର ଦିନ ୮.୫୦ କୋଟି, ରବିବାର ଦିନ ୧୫.୧୦କୋଟି, ସୋମବାର ଦିନ ୧୫.୦୫କୋଟି, ମଙ୍ଗଳବାର ଦିନ ୧୮କୋଟି, ବୁଧବାର ୧୯.୦୫ କୋଟି ଏବଂ ଶୁକ୍ରବାର ଦିନ ୧୯.୧୫ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମର ସର୍ବମୋଟ ଆୟ ଏପର୍ଯ୍ୟନ୍ତ ୧୧୬.୪୫ କୋଟି ହୋଇଛି।

Leave A Reply

Your email address will not be published.