ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚ ଖେଳିପାରନ୍ତି ରୋହିତ, କୋହଲି ଏବଂ ଋଷଭ ପନ୍ତ 

201
ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସିରିଜ ପରେ ୱେଷ୍ଟ ଇଣ୍ଡିଜ ଅଭିମୁଖେ ଯାତ୍ରା କରିବେ । ଯେଉଁଥିରେ ୱାଣ୍ଡେ ଏବଂ ଟି-୨୦ ସିରିଜର ମ୍ୟାଚ ଖେଳାଯିବ । ଏହି ସିରିଜରେ ୩ଟି ୱାଣ୍ଡେ ଏବଂ ୫ଟି, ଟି-୨୦ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ ୱାଣ୍ଡେ ଟିମ ପ୍ରଥମରୁ ଘୋଷଣା କରାଯାଇଛି, କେବଳ ଟି-୨୦ ପାଇଁ ଦଳ ଘୋଷଣା କରିବା ବାକି ରହିଛି । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପ୍ରଥମେ ୩ଟି ୱାଣ୍ଡେ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଶିଖର ଧୱାନଙ୍କୁ ଦଳର ଅଧିନାୟକ କରାଯାଇଛି ଏବଂ ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ ଭାର ସମ୍ଭାଳିବେ । କିନ୍ତୁ ଏହି ସିରିଜ ରେ ରୋହିତ ସର୍ମା, ବିରାଟ କୋହଲି, କେ ଏଲ ରାହୁଲ, ଋଷଭ ପନ୍ତ, ଜସପ୍ରିତ ଭୁମରା ଭଳି ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି । ଏହି ପ୍ଲେର ମାନେ ୱାଣ୍ଡେ ମ୍ୟାଚ ନଖେଳିବା ଯୋଗୁଁ ଫ୍ୟାନ୍ସ ମାନେ ନିରାଶ ହୋଇଛନ୍ତି । ଏହି ଭିତରେ ଆଉ ଏକ କଥା ସାମ୍ନାକୁ ଆସିଛି, ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଆସିଛି । ଖବର ହେଉଛି କି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୱାଣ୍ଡେ ସିରିଜ ପରେ ଟି-୨୦ ସିରିଜ ମଧ୍ୟ ଖେଳାଯିବ । ଏହି ସିରିଜ ରେ ରୋହିତ ସର୍ମା, ବିରାଟ କୋହଲି, ଋଷଭ ପନ୍ତ ସମେତ ଅନ୍ୟ ସିନିଅର ଖେଳାଳି ମାନେ ଖେଳିପାରନ୍ତି ।
Leave A Reply

Your email address will not be published.