
ଡୁମାଣୀ ଟିଭି,୨୦/୩ : ଓଡିଆ ପ୍ରାଣ ସଂସ୍କୃତି ଓ ପରମ୍ପରାର ପ୍ରତୀକ ପଖାଳ ,ଓଡିଶାର ଜନଜୀବନ ସହ ପଖାଳର ସଂର୍ପକ କାହିଁ କେଉଁ ଯୁଗରୁ । ଓଡିଶାର ଆରାଧ୍ୟ ଦେବତା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଷାଠିଏ ପଉଡି ଭୋଗରେ ଅଛି ଦହିପଖାଳ ଓ ଟଙ୍କ ତୋରାଣି । ଖାଲି ଗାଁ ଗଣ୍ଡା ନୁହେଁ ବିଶ୍ୱର ଯେକୌଣସି ସ୍ଥାନରେ ଓଡିଆ ରହିଥିଲେ ବି ପଖାଳ ପ୍ରତି ରହିଛି ତା ମନରେ ଅହେତୁକ ଦୁର୍ବଳତା । ପ୍ରତିଟି ଓଡିଆର ଭାବବେଗ ସହ ଜଡିତ ପଖାଳର ମହତ୍ତ୍ୱ ବଢାଇବାକୁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି ।
ପ୍ରସିଦ୍ଧ ସଂଗୀତଜ୍ଞ ବାଳକୃଷ୍ଣ ଦାସଙ୍କ ଗୀତ ,ଆସ ଜୀବନ ଧନ ମୋର ପଖାଳ କଂସା.ସଜନୀରେ ତୋ ବିହୁନେ ମୋର ଉଡିଲା ହଂସା
ଆଧୁନିକ ପାଶ୍ଚାତ୍ୟ ସଭ୍ୟତା ଓ ଫାଷ୍ଟଫୁଡ ଜମାନାରେ ବି ଷ୍ଟାର ହୋଟଲ ମାନଙ୍କରେ ବି ମଧ୍ୟ ରହିଛି ପଖାଳର ଏକ ସ୍ୱତନ୍ତ୍ର ଡିମାଣ୍ଡ । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡିଶା ଆସୁଥିବା ବଡ ବଡ ନେତା ଓ ଶିଳ୍ପପତିଙ୍କୁ ନବୀନ ନିବାସରେ ପଖାଳର ଆପ୍ୟାୟତି କରିବାରେ ନଜିର୍ ମଧ୍ୟ ରହିଛି । ଆଉ ଖରାଦିନେ ଦହିପଖାଳ ସ୍ୱାସ୍ଥ୍ୟପ୍ରତି ଉପକାରିତା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଜ୍ଞପ୍ତିରୁ ଜଣାପଡେ , ପଖାଳ ସାଙ୍ଗକୁ କାକୁଡି,ଆମ୍ବ ,ବଢିଚୁରା.ଚୁନାମାଛ,ଖଟା,ମାଛଭଜା,ଆଳୁଛେଚା,ବାଇଗଣ ପୋଡା ,ଶାଗ ଓ ପିଆଜ ମଣିଷର ଆତ୍ମାକୁ ତୃପ୍ତି ଆଣିଦେଇଥାଏ ।
ଆଜି ପଖାଳ ଦିବସ ଅବସରରେ ଓଡିଶାର ଘରେ ଘରେ ପଖାଳ ଦିବସ ପାଳିବା ସହ ବିଭିନ୍ନ ହୋଟଲରେ ମଧ୍ୟ ପଖାଳ ଦିବସ ପାଳିତ ହୋଉଛି ।