ଆନ୍ଧ୍ରପ୍ରଦେଶର ୨୪ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେବେ
ଡୁମାଣୀ ଟିଭି,୭/୪ :ଆନ୍ଧ୍ରପ୍ରଦେଶର ୨୪ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେବେ । ଏକକାଳୀନ ଇସ୍ତଫା ଦେବା ନେଇ ବୁଧବାର ମନ୍ତ୍ରୀମଣ୍ଡଳର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ତେବେ ନିର୍ଦେଶ କ୍ରମେ ଆଜି ସମସ୍ତ ମନ୍ତ୍ରୀ ମାନେ ଇସ୍ତଫା ଦେବେ |
ଏପ୍ରିଲ ୧୧ ତାରିଖରେ ପୁନର୍ବାର ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ହେବ । ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ଭେଟିବାର ଗୋଟିଏ ଦିନ ପରେ କ୍ୟାବିନେଟରେ ନୂଆ ସରକାର ଗଠନ ହେବାର ଔପଚାରିକ ଘୋଷଣା କରାଯାଇଛି । ସୂଚନା ମୁତାବକ, ପୁନର୍ଗଠିତ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଦେଖାଦେଇପାରନ୍ତି । କିନ୍ତୁ ବର୍ତ୍ତମାନ ପୂର୍ବର୍ ଟିମର ୫ଜଣଙ୍କୁ ପୁଣିଥରେ କ୍ୟାବିନେଟରେ ସାମିଲ କରାଯାଇପାରେ ।
୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରୀମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଓ ଏକ ନୂଆ ଟିମ୍ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ଜଗନମୋହନ ।