ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଅଫଡେଟ୍ ଭର୍ସନ ମିଳିବ ମାଗଣା ରାସନ

220

ଡୁମାଣୀ ଟିଭି ,୨୬/୩ : ଉତ୍ତରପ୍ରଦେଶରେ ଯୋଗୀ ସରକାର ପୁଣି ଥରେ କ୍ଷମତାକୁ ଆସିବାପରେ ମାଗଣା ରାସନ ଯୋଜନାର ଲାଭାର୍ଥୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଏବେ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ସାମ୍ୱାଦିକ ସମ୍ମିଳନୀରେ ସୂଚନାଦେଇ ସେ କହିଛନ୍ତି ଏହି ଯୋଜନା କରୋନା ସମୟରେ ଆରମ୍ଭ କରାଯାଇଥିଲା। ଗରିବ ଲୋକମାନଙ୍କୁ ସାହାଜ୍ୟ କରିବା ଏହାର ମୂଳ ଲକ୍ଷ । ଏହି ମାଗଣା ରାସନ ଯୋଜନାରେ ପାଖାପାଖି ୩ ହଜାର ୨୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ବୋଲି ଯୋଗୀ କହିଛନ୍ତି ।

ଉତ୍ତରପ୍ରଦେଶରେ ଏହି ମାଗଣା ରାସନ ଯୋଜନା ପାଇଁ ଖାଦ୍ୟ ଓ ଯୋଗାଣ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବରେ କୌଣସି ସମୟ ସମୟ ସୀମା ସ୍ଥିର କରାଯାଇ ନଥିଲା। ଏହାକୁ ସରକାରଙ୍କ ଉପରେ ଛାଡ଼ି ଦିଆ ଯାଇଥିଲା। ଦରଦାମ ବଢ଼ୁଥିବାରୁ ସେଠାରେ ମାଗଣା ରାସନ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା।
ବିଶେଷ ସୂତ୍ର ଅନୁସାରେ ଜଣା ପଡ଼ିଛିକି, ଏହି ଯୋଜନାକୁ କେବେ ପର୍ଯ୍ୟନ୍ତ ବଢ଼ାଯିବ ସେନେଇ ସରକାରୀ ସ୍ତରରେ ବିଚାର ବିମର୍ଶ କରାଯାଉଥିଲା। ଯୋଜନାକୁ ଏକାସାଙ୍ଗରେ ନବଢ଼ାଇ ଦୁଇରୁ ତିନୋଟି ପର୍ଯ୍ୟାୟରେ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ଦିଆଯାଉଥିବା ରାସନରେ ଗହମ-ଚାଉଳ ବ୍ୟତିତ ଏକ ଲିଟର ତେଲ, ଏକ କିଲୋ ଚଣା ଓ ଲୁଣ ମଧ୍ୟ ଦିଆଯିବ ।
ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ରାଜ୍ୟ ସରକାର ଡିସେମମ୍ୱରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣା ରାସନ ଦେଉଥିଲେ। ଏଥିରେ ଅନ୍ତୋଦୟ ଯୋଜନା କାର୍ଡରେ ୩୫ କିଲୋ ଚାଉଳ ଓ ରାସନ କାର୍ଡରେ ହିତାଧୀକାରିମାନଙ୍କୁ ୨ କିଲୋ ଗହମ ଓ ୩ କିଲୋ ଚାଉଳ ଦିଆ ଯାଇଥାଏ। ଏଥିପାଇଁ କାର୍ଡଧାରୀମାନଙ୍କୁ ଗହମ କିଲୋ ପିଛା ୨ଟଙ୍କା ଓ ଚାଉଳ କିଲୋ ପିଛା ୩ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଏବେ ଏହି ଖର୍ଚ୍ଚ ଉତ୍ତରପ୍ରଦେଶର ରାଜ୍ୟ ସରକାର ବହନ କରିବେ ବୋଲି ଜଣା ପଡ଼ିଛି ।

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଅଫଡେଟ୍ ଭର୍ସନ ମିଳିବ ମାଗଣା ରାସନ
Leave A Reply

Your email address will not be published.