ଓଡିଶା ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଏଣ୍ଡ ଇନୋଭେସନ କରିଡୋରର ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

Chief Minister launches Odisha Marine Biotechnology Research and Innovation Corridor

56

ଭୁବନେଶ୍ୱର, : ଓଡିଶାକୁ ମେରିନ ବାୟୋଟେକ୍ନୋଲୋଜି ଏବଂ ବ୍ଲୁ ଅର୍ଥନୀତି ମାନ୍ୟରେ ବିଶ୍ୱ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପରିଚିତ କରାଯିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ଓଡିଶା ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଏଣ୍ଡ ଇନୋଭେସନ କରିଡୋରର (ଓଏମ୍‌ବିଆର୍‌ଆଇସି)ର ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଏହା କରାଯାଉଛି । ଲୋକ ସେବା ଭବନରେ ଆୟୋଜିତ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓମ୍‌ବ୍ରିକ୍‌କୁ ବୈଜ୍ଞାନିକ ସମୁଦାୟ ପାଇଁ ଏକ ଆଶାର କିରଣ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହା କେବଳ ଗବେଷଣା କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଏପରି ମଞ୍ଚ ଯେଉଁଠାରେ ଓଡିଶାର ଯୁବ ଉଦ୍ୟମୀମାନେ ସ୍ଥାନୀୟ ସମ୍ବଳ ଉପରେ ଆଧାରିତ କିନ୍ତୁ ବିଶ୍ୱ ମାନକ ପାଳନ କରୁଥିବା ମେରାଇନ ବାୟୋଟେକ୍ଷ୍ଟା ର୍ଟଅପ୍‌ଗୁଡ଼ିକର ସ୍ଥାପନା କରିପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ ପରିବେଶ ସୁରକ୍ଷା, ବିଜ୍ଞାନ ଆଧାରିତ ପର୍ଯ୍ୟଟନ, ବିନିଯୋଗ, ରୋଜଗାର ସୃଜନ ଓ ତଟବର୍ତ୍ତୀ ଜୀବିକାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହାକୁ ଓଡିଶାକୁ ଏକ କୋଷ୍ଟାଲ୍ ଇନୋଭେଟର୍ ଭାବରେ ପରିଚିତ କରିବାରେ ଏକ ଦୂରଦର୍ଶୀ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆମେ ଆମର ଜୈବ ବିବିଧତାର ଦୋହନ କରୁ ନାହୁଁ, ବରଂ ଏହାକୁ ସୁରକ୍ଷିତ କରି, ଭାବି ଚିନ୍ତି ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରୁଛୁ । ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଦ୍ୱାରା ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି ସହିତ ଗବେଷଣା ସହଯୋଗ ସମ୍ମତିପତ୍ର ପରିଚାଳନା କରାଯାଇଛି । ସେହି ସହିତ, ଓଡିଶାର ଛଅଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ମଧ୍ୟ ଏକ ଏକରି ସମ୍ମତିପତ୍ର ହୋଇଛି, ଯେଉଁମାନେ ବିଶେଷ ଗବେଷଣା କେନ୍ଦ୍ରର ଭୂମିକା ନିର୍ବାହ କରିବେ । ଏଗୁଡିକ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଇଆଇଏସଇଆର୍‌ ବ୍ରହ୍ମପୁର, ଆଇଏଲଏସ୍ ଭୁବନେଶ୍ୱର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସାମିଲ ରହିଛି ।

Leave A Reply

Your email address will not be published.