ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

142

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି (ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଥିବା ୨୨ଟି ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ନିମନ୍ତେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ବୈ ଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭାରତର ସମ୍ବିଧାନର ଧାରା ୧୫(୪), ପଛୁଆବର୍ଗମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏହାସହିତ ରାଜ୍ୟର ଦୁର୍ବଳ ବର୍ଗଙ୍କ ଲୋକଙ୍କୁ ସମସ୍ତ ପ୍ରକାରର ଶୋଷଣରୁ ସୁରକ୍ଷା ଦେବା ପାଇଁ ଭାରତର ସମ୍ବିଧାନର ଧାରା ୪୬, ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏବେ ଓଡ଼ିଶାର ୨୨ଟଇ ଜାତି, ସମ୍ପ୍ରଦାୟ ଓ ଏହାର ସମାର୍ଥକ ଜାତିଗୁଡ଼ିକ ଭାରତ ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ରାଜ୍ୟ ପାଇଁ ଓବିସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ହୋଇପାରିନାହାନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ କରିବାର ଆବଶ୍ୟକତା ଥିବାରୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଅଧିନିୟମ-୧୯୯୩ର ଧାରା -୯ର ଉପଧାରା-୩କୁ ଅନ୍ତଭୁକ୍ତ କରିବା ସମ୍ବନ୍ଧୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱରା ଅଧିକ ସଂଖ୍ୟକ ଜାତିକୁ ଏସଇବିସି ତାଲିକାଭୁକ୍ତ କରାଯାଇ ପାରିବ । ସେହିପରି ମାଲକାନଗିରି, ଯାଜପୁର ଓ ନୟାଗଡ଼ ଗ୍ରାମୀଣ ପାଇପ ଜଳ ଯୋଗାଣର ବୃହତ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ଅ ନୁମୋଦନ କରିଛନ୍ତି । ଯାଜପୁରର ବରୀ ଓ କୋରୋଇ ବ୍ଲକରେ ୨ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ, ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟଜଳ ପ୍ରକଳ୍ପ ଏବଂ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ୪ଟି ପ୍ରକଳ୍ପର ଚୂଡ଼ାନ୍ତ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ସବୁ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ ହେବ । ବାଲେଶ୍ୱର ଜିଲ୍ଲାର ପୁରୁଣା ଜାତୀୟ ରାଜପଥର ଜଳେଶ୍ୱର ବାଇ ପାସ୍ ଠାରୁ ଡି.ପି ପ୍ରାଇମେରୀ ସ୍କୁଲ ଛକ ମଧ୍ୟରେ ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇ ଲେଭଲ୍ ବ୍ରିଜ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ଏହି ବ୍ରିଜ ନିର୍ମାଣ ଦ୍ୱାରା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟି ଠାରୁ ଜଳେଶ୍ୱର ବ୍ଲକ୍ର ରାଇବଣିଆ ଏବଂ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ମଧ୍ୟରେ ଗମନାଗମନ ସୁବିଧା ସହିତ ଉଭୟ ଜିଲ୍ଲାର ଜନସାଧାରଣଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀ ଏହି ହାଇ ଲେଭଲ୍ ବ୍ରିଜ୍ ନିର୍ମାଣ ପାଇଁ ୧୦୧ କୋଟି ୬୬ ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ୩୬ ମାସ ମଧ୍ୟରେ ।

Leave A Reply

Your email address will not be published.