କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଗଡ଼ିବ ଲକ୍ଷ୍ମୀ ବସ୍

134

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ·ଲିବ ଲକ୍ଷ୍ମୀବସ । ପରିବହନ କ୍ଷେତ୍ରର ଉନ୍ନତି ସହତ୍ୱରାନ୍ୱିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତହୋଇଛି କଳାହାଣ୍ଡି । ଏହାର ଆଉ ଏକଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍
ଯୋଜନା । ନଭେମ୍ବର ୧ ତାରିଖରେକଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ । କଳାହାଣ୍ଡିରେ ଗଡ଼ିବ ବିକାଶରଗାଡ଼ି । ପଡ଼ିବ “ଲକ୍ଷ୍ମୀ’ପାଦ । ଉନ୍ନତିର ନୂଆଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବରପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକ୍କୁ ଗଡ଼ିବଲକ୍ଷ୍ମୀ ବସ । ଉଦ୍ଘାଟନ କରିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇଜିଲ୍ଲାରେ ପହଞ୍ଚିଛି ୬୩ଟି ଲକ୍ଷ୍ମୀ ବସ୍ । ଏହିଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସଷ୍ଟପେଜ୍ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବାଦ୍ୱାରା ପରିବହନ ସମସ୍ୟା ଦୂର ହେବା ସହବିକାଶ ତ୍ୱରାନ୍ୱିତ ହେବ । ରାଜଧାନୀଭୁବନେଶ୍ୱର ଓ ପୁରୀକୁ ଲକ୍ଷ୍ମୀ ବସ୍ ଚଳାଚଳପାଇଁ ବି ରୋଡମ୍ୟାପ୍ ପ୍ରସ୍ତୁତି ·ଲିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁଧର୍ମଗଡ ଉପଖଣ୍ଡରେ ଉତ୍ସାହଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା·ରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାରେ ୧୦୦ ସିଟ୍ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲକଲେଜ, ଭବାନୀପାଟଣାରେ ନୂଆ ବସଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ଉପହାର ଦେବେ । ଏଥିପାଇଁ ଜିଲ୍ଲାରେଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.