କିଶୋର କୁମାରଙ୍କ ବାୟୋପିକ୍ ଛାଡିଲେ ରଣବୀର

Ranveer Singh leaves Kishore Kumar biopic

41

ନୂଆଦିଲ୍ଲୀ, : ବଲିଉଡର ଚକଲେଟ୍ ବଏ ରଣବୀର କପୁର ଏବେ ନୀତେଶ ତିୱାରୀଙ୍କ \”ରାମାୟଣ\’ ପାଇଁ ଚର୍ଚ୍ଚାରେ । ୪୦୦୦ କୋଟି ବଜେଟର ଏହି ଫିଲ୍ମରେ ସେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୨୬ ଦୀପାବଳି ଓ ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳୀ ଅବସରରେ ଆସିବ । \”ରାମାୟଣ\’ ପୂର୍ବରୁ ରଣବୀର, ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ବୋଲି କୁହାଯାଉଥିଲା । ହେଲେ ରଣବୀର ଏଥିରେ ଏବେ କାମ କରିବେ ନାହିଁ ବୋଲି ଜଣାପଡିଛି । ଏବେ ଅମିର ଖାନଙ୍କୁ ଏହି ଭୂମିକା ଅଫର୍ ହୋଇଥିବା କୁହାଯାଉଛି । ଏନେଇ ଅନୁରାଗ କହିଛନ୍ତି, ରଣବୀରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲା । କାରଣ ତାଙ୍କୁ \”ରାମାୟଣ\’ ଓ କିଶୋର କୁମାରଙ୍କ ବାୟୋପିକ୍ ମଧ୍ୟରୁ ଗୋଟିଏ ବାଛିବାର ଥିଲା । ରଣବୀର \”ରାମାୟଣ\’କୁ ବାଛିଥିଲେ । ମୁଁ ଭାବୁଛି ସେ ଠିକ୍ ନିଷ୍ପତ୍ତି ନେଇଛନ୍ତି । ଆମେ ଦୁଇଜଣ
ଏକାଠି କାମ କରିବାକୁ ଚାହୁଁଛୁ, କିନ୍ତୁ ତାହା ସମ୍ଭବ ହେଉନାହିଁ । ସେ ଏକାସାଙ୍ଗେ ବହୁତଗୁଡିଏ ଫିଲ୍ମ କରୁଛନ୍ତି । ଏବେ ଅନୁରାଗ କିଶୋର କୁମାରଙ୍କ ବାୟୋପିକ୍‌ ପାଇଁ ଅମିର ଖାନଙ୍କୁ ଯୋଗାଯୋଗ କରିଥିବା ଜଣାପଡିଛି । ଅମୀରଙ୍କୁ ଏହାର କାହାଣୀ ବେଶ୍ ପସନ୍ଦ ଆସିଛି । କିନ୍ତୁ ଏ ନେଇ ଅନୁରାଗ କହିଛନ୍ତି, ଯେପର୍ଯ୍ୟନ୍ତ କିଛି ଫାଇନାଲ ହୋଇନାହିଁ ମୁଁ କିଛି କହିପାରିବି ନାହିଁ ।

Leave A Reply

Your email address will not be published.