କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ା ପରେ କପିଲ ଶର୍ମା ସୋ’ ଛାଡ଼ିଲେ କିକୁ!

22

ମୁମ୍ବାଇ, : ଅଭିନେତା-କମେଡିଆନ କିକୁ ଶାରଦା କପିଲ ଶର୍ମାଙ୍କ ସୋ’ରେ ସବୁଠାରୁ ଦୀର୍ଘ ସମୟ ଧରି କାମ କରୁଥିବା
କଳାକାରମାନଙ୍କ ମଧ୍ୟରୁ ଜଣେ । କପିଲ ଶର୍ମାଙ୍କ ସହ ଝଗଡ଼ା ହେଉ କିମ୍ବା ଅନ୍ୟ କୌଣସି କାରଣ, ଅନେକ କଳାକାର ସୋ’ ଛାଡି ଦେଇଥିଲେ । କିନ୍ତୁ କିକୁ କେବେ ବି ଛାଡି ନଥିଲେ । ବର୍ତ୍ତମାନ କିକୁ ସୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଦିନ ତଳେ ତାଙ୍କର ଝଗଡ଼ା ସହକଳାକାର କୃଷ୍ଣା ଅଭିଷେକଙ୍କ ସହ ହୋଇଥିଲା । ଏହି କାରଣରୁ ସେ ସୋ’ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସୋ’ର ଛାଡ଼ିବାର ଅନ୍ୟ ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି । ତାହା ହେଲା ସେ ରାଇଜ୍ ଆଣ୍ଡ ଫଲରେ ସାମିଲ ହେବାକୁ ଯାଉଛନ୍ତି । ଏଥିପାଇଁ କପିଲଙ୍କୁ ବାଏ ବାଏ କହୁଛନ୍ତି । ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ସୋ’ ଜଜ୍ ଭାବେ ବସୁଥିବା ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହ ପ୍ରତିକ୍ରିୟା ରଖିଛନ୍ତି । କିକୁ ଏପର୍ଯ୍ୟନ୍ତ ସୋ’ ଛାଡ଼ି ନଥିବା କହିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ଯେ, କିକୁ ଏବେ ବି ଟିମ୍ ସହିତ ଅଛନ୍ତି ଏବଂ କାମ କରୁଛନ୍ତି । ସୋ’ ଛାଡ଼ିବା ଖବରରେ କୌଣସି ସତ୍ୟତା ନାହିଁ । କିକୁ ନୂଆ ସୋ’ ଆରମ୍ଭ କରିବା ପୂର୍ବରୁ କପିଲଙ୍କ ସହିତ ସୁଟିଂ ଶେଷ କରିବେ ।

Leave A Reply

Your email address will not be published.