କ୍ୟାବିନେଟ୍ ନିଷ୍ପତ୍ତି ସଂକଳନ ଜାରି

Compilation of cabinet decisions continues

15

ଭୁବନେଶ୍ୱର, : ରାଜ୍ୟରେ ବିଜେପି ସରକାର ନିଜର ୨୫ଟି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସଂକଳନ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ସଂକଳନକୁ ରିଲିଜ୍ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୁଧବାର ଲୋକସେବା ଭବନରେ ଆୟୋଜିତ ୨୬ତମ କ୍ୟାବିନେଟ୍‌ ବୈଠକରେ ପୂର୍ବର ୨୫ଟି କ୍ୟାବିନେଟ୍‌ ବୈଠକରେ ନିଆଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକର ଏକ ସଂକଳନ ପ୍ରକାଶ କରିଛନ୍ତି । ଏହି ସଂକଳନରେ ୩୪ଟି ବିଭାଗର ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିବରଣୀ ସାମିଲ ରହିଛି । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକର ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ରହିଛି । ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ପାରଦର୍ଶୀ ଶାସନର ଏକ ଉଦାହରଣ ଭାବେ ଦେଖାଯାଉଛି । ଜନସାଧାରଣଙ୍କୁ ଏହି ସଂକଳନ ଶୀଘ୍ର ଉପଲବ୍ଧ କରାଯିବାରୁ ଅପେକ୍ଷା ରହିଛି ।

Leave A Reply

Your email address will not be published.