ଖୁବଶୀଘ୍ର ଓଟିଟି ରେ ନଜର ଆସିବେ କରିନା କପୁର

183

ବର୍ତମାନ କୁବ୍ ଚର୍ଚ୍ଚା ରେ ଅଛନ୍ତି କପୁର କୁଇନ୍ କରିନା । ଖୁବ୍ ଶୀଘ୍ର ଶେ ନଜର ଆସିବାକୁ ଯାଉଛନ୍ତି ଓଟିଟି ପ୍ଳାଟଫର୍ମରେ । ସୁଜୋ ଘୋଷଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ମାଧ୍ୟମରେ ସେ ଓଟିଟି ପ୍ଳାଟ୍‌ଫର୍ମ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖବର ଅନୁସାରେ ଫିଲ୍ମର ସୁଟିଂ ସରିଯାଇଥିବା ବେଳେ ଏପର୍ଯନ୍ତ ଟାଇଟଲ ସ୍ଥିର ହୋଇନାହିଁ । ଏ ନେଇ କରିନା କପୁର ବହୁତ୍ ଉତ୍ସାହିତ ମଧ୍ୟ ଅଛନ୍ତି ବୋଲି କହିଛନ୍ତି । ସେ ସୁଟିଂ ସେଟ୍ ର ଏକ ଫଟୋ ସେୟାର କରିବା ସହିତ ଫିଲ୍ମର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି । ଏହି ଫଟୋରେ ନିର୍ଦ୍ଦେଶକ ସୁଜୟ ଘୋଷ ଏବଂ କୋ-ଷ୍ଟାର ବିଜୟ ବର୍ମା, ଜୟଦୀବ ଅହଲାବତ ମଧ୍ୟ କରିନାଙ୍କ ସହ ନଜର ଆସିଛନ୍ତି । କରିନା ଏହି ଫଟୋରେ ବେଶ୍ ଖୁସି ଥିବାର ଜଣାଯାଉଛନ୍ତି । ଅନ୍ୟ ପକ୍ଷରେ ନଜର ପକାଇଲେ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ସେଲିବ୍ରିଟି ଅନେକ ଭଲ ଭଲ କମେଂଟ ଦେଇଛନ୍ତି ।
କରିନାଙ୍କ ଏହି ଫିଲ୍ମକୁ ନେଇ ତାଙ୍କ ପ୍ରସଂଶକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଖୁବ୍ ଶାଘ୍ର ଏହା ଓଟିଟି ପ୍ଳାଟଫର୍ମ ନେଟପ୍ଳିକ୍ସ ରେ ରିଲିଜ ଙେବାକୁ ଯାଉଛି । ତେବେ ଏହା ରିଲିଜ ହେବା ପରେ ଦର୍ଶକଙ୍କ ମନକୁ ଖେତେ ଛୁଇଁବ ତାହା ଏବେ ଏକ ବଡ ସସ୍ପେନ୍ସ ହୋଇ ରହିଛି ।

Leave A Reply

Your email address will not be published.