ଗଙ୍ଗାଧର ମେହେର ବିଶବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା : ଅଧ୍ୟାପକ ଗିରଫ

53

ସମ୍ବଲପୁର,: ବାଲେଶ୍ୱର ଏଫଏମ୍ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଏଫଏମ୍ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଘଟଣାଟି ହେଉଛି ସମ୍ବଲପୁରର ଗୋଟିଏ ପ୍ରତିଷ୍ଠିତ କଲେଜ ଗଙ୍ଗାଧର ମେହେର ବିଶବିଦ୍ୟାଳୟ (ଜିଏମୟୁ)ୟ ଯେଉଁଠି ଜଣେ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ନିଜ କଲେଜର ହିଁ ଅଧ୍ୟାପକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଗିରଫ ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା । ବିବାହ ପ୍ରତିଶ୍ରୁତି ଦେଇ ସେ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ସୂଚନା । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ । ତେବେ ଅଭିଯୋଗ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରିଛି ମହିଳା ଥାନା । ଅଧ୍ୟାପକ ଗିରଫ ନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ସୂଚନାଥାଉ କି, ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଦହିତା ଗ୍ରାମର ମୂଳ ନିବାସୀ ପ୍ରଫେସର ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିଲେ ବୋଲି ପୀଡ଼ିତା ଛାତ୍ରୀ ଗତ ୧୬ ତାରିଖ ବୁଧବାର ସମ୍ବଲପୁର ମହିଳା ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ ମହିଳା ଥାନା କେସ ନମ୍ବର ୫୬/୨୦୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୬୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ବେଳେ ପୋଲିସ ପ୍ରଫେସର ସୁନାଙ୍କୁ ସମ୍ବଲପୁର ପ୍ରଫେସର କଲୋନୀସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.