“ଗଦର-୩’ର ସୁଟିଂ ପାଇଁ ·ଲିଛି ଜୋରଦାର ପ୍ରସ୍ତୁତି

162

ମୁମ୍ବାଇ, ୨୯ା୧୦: ସନ୍ନି ଦେୱଲ-ଅମିଷା ପଟେଲଙ୍କ “ଗଦର’ ଏବଂ ଗଦର-୨ ପରେ
ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି ।
“ଗଦର’ ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ “ଗଦର-୩’କୁ ନେଇ ବେଶ ଉତ୍ସାହିତ
ଥିବା ଜଣାପଡ଼ିଛି । ଏହି କ୍ରମରେ ଅନିଲ ଶର୍ମା ଦର୍ଶକଙ୍କ ପାଇଁ “ଗଦର-୩’ ନିର୍ମାଣ କରିବାକୁ
ଯୋଜନା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ସନ୍ନି
ଦେୱଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପରଦାରେ ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ
ଭାବେ ପ୍ରସ୍ତୁତ ଅଛନ୍ତି । “ଗଦର-୨’ର ସୁପରଡୁପର ହିଟ ହେବା ଦେଖି ଏହି ଚଳଚ୍ଚିତ୍ରର
ନିର୍ମାତାମାନେ ଏହାର ତୃତୀୟ ଭାଗ ପ୍ରସ୍ତୁତି ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି । “ଗଦର-
୩’ର ସୁଟିଂ ପାଇଁ ବି ସୁଟିଂ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା
ସୂଚନା ଅନୁସାରେ, ବନାରସରେ “ଗଦର-୩’ର ପୃଷ୍ଠଭୂମି ସୁଟ କରାଯିବାର ଯୋଜନା ଥିବା
ବେଳେ ୧୪ରୁ ୧୫ ଦିନ ପର୍ଯ୍ୟନ୍ତ ଏହି ସିନେମା ବିଭିନ୍ନ ସ୍ଥାନରେ ସୁଟ କରାଯିବୟ ରିପୋର୍ଟ
ଅନୁଯାୟୀ ଏହାର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ । ୨୦୨୪ରେ ଗଦର-୩ର ଅଫିସିଆଲ
ଘୋଷଣା କରାଯିବା ସହିତ ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ । ଉକ୍ରର୍ଷ ଶର୍ମା ଏବଂ
ସିମରତ କୌରଙ୍କ କାହାଣୀକୁ ନେଇ ନିର୍ମିତ ହେବାକୁ ଥିବା “ଗଦର -୩’ ଏକ ନୂଆ ପ୍ଲଟ
ସହିତ ଆସିବ । ଯାହାକି ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ ବୋଲି କୁହାଯାଉଛି ।

Leave A Reply

Your email address will not be published.