ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା

43

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା । ହତ୍ୟା କାଣ୍ଡ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗାଁ ର ଦିଲ୍ଲୀପ ପାତ୍ର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ଦିଲ୍ଲୀପଙ୍କୁ ହତ୍ୟା କରାଯାଇଛି l ଦିଲ୍ଲୀପଙ୍କ ଘର ସମ୍ମୁଖରେ ରେ ହିଁ କିଛି ଦୁବୃର୍ତ୍ତ ଆସି ତାଙ୍କୁ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ହତ୍ୟା ପରେ ହତ୍ୟାକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।ଗୋଳନ୍ଥରା ଥାନା ପୋଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ପୋଲିସ ପକ୍ଷରୁ ପାଞ୍ଚନାମା କରାଯିବା ପରେ ବ୍ୟବଛେଦ କରାଯାଇଛି l ସେପଟେ ଦିଲ୍ଲୀପ ଙ୍କୁ କିଏ ଓ କଣ ପାଇଁ ହତ୍ୟା କଲା ତାହା ଜଣା ପଡ଼ି ନଥିବା ବେଳେ ତାଙ୍କରି କାହା ସହ ଶତ୍ରୁତା ନଥିବା କହିଛନ୍ତି ତାଙ୍କ ଭାଇ l

Leave A Reply

Your email address will not be published.