ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହ
ମୁମ୍ବାଇ, ୧ା୧୧: ଚଳିତ ବିଶ୍ୱକପରେ ଭାରତନିଜର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଶ୍ରୀଲଙ୍କା ସହଖେଳିବ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ।ଦିନିକିଆ ବିଶ୍ୱକପ୍ ଇତିହାସରେ ଉଭୟ ଦେଶ
୯ ଥର ଭେଟିଥିଲେ ମଧ୍ୟ ସ୍ଥିତି ୪-୪ ସମତୁଲସ୍ଥିତିରେ ରହିଛି । ଗୋଟିଏ ମୁକାବିଲାରୁ ଫଳବାହାରି ପାରି ନଥିଲା । ଦିନିକିଆ ଇତିହାସରେଦୁଇ ଦେଶ ୧୬୭ଥର ମୁକାବିଲା କରିଥିବା
ବେଳେ ଭାରତ ୯୮-୫୭ରେ ଆଗୁଆ ରହିଛି ।ଗୋଟିଏ ମୁକାବିଲା ଟାଇ ରହିଛି । ଭାରତଘରୋଇ ପରିବେଶରେ ୩୯-୨୮, ଶ୍ରୀଲଙ୍କାମାଟିରେ ୩୨-୧୨ ଏବଂ ନିରପେକ୍ଷ ସ୍ଥାନରେ
୨୭-୧୭ରେ ମଧ୍ୟ ଆଗୁଆ ରହିଛି । ସବୁଠାରୁବଡ଼ କଥା ହେଲା ଶେଷ ୫ ମୁକାବିଲାରେ ଭାରତ୫-୦ରେ ମୂଳପୋଛ କରିଛି । ଶେଷ ଥର ପାଇଁଭାରତକୁ ଶ୍ରୀଲଙ୍କା ୨୦୨୧ ଜୁଲାଇ ୨୩
ତାରିଖରେ କଲମ୍ବୋରେ ହରାଇଥିଲା ।ବିଶ୍ୱକପର ୮ ମୁକାବିଲା ଉପରେ ଆସନ୍ତୁ ନଜରପକାଇନେବା । ୧୯୭୯ ମସିହାରେ ପ୍ରଥମଥର ଭାରତ ଓ ଶ୍ରୀଲଙ୍କା ଭେଟାଭେଟି
ହୋଇଥିଲେ ବିଶ୍ୱକପ୍ ମଞ୍ଚରେ । ଭାରତ ୪୭ରନରେ ହାରିଯାଇଥିଲା । ସିଦ୍ଧାର୍ଥ ୱେଟିମୁନି(୬୭), ଦିଲୀପ ମେଣ୍ଡିଜ୍ (୬୪), ରୟ ଡାଏସ(୫୦)ଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ୬୦
ଓଭରରେ ୨୩୮/୮ ସ୍କୋର୍ କରିଥିଲା ।ମହିନ୍ଦର ଅମରନାଥ ୩ ଓ କପିଳ ଦେବଗୋଟିଏ ୱିକେଟ୍ ନେଇଥିଲେ । ଜବାବରେଭାରତ କିନ୍ତୁ ୫୪.୧ ଓଭରରେ ୧୯୧ ରନ୍
କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା । ଦିଲ୍ଲୀପଭେଙ୍ଗସରକାର ସର୍ବାଧିକ ୩୬ ରନ୍ କରିଥିଲେ ।୧୯୯୨ ମସିହା ମୁକାବିଲା କିନ୍ତୁ ବର୍ଷା କାରଣରୁଧୋଇଯାଇଥିଲା । ୧୯୯୬ ମସିହାରେ ଦୁଇ
ଦେଶ ମିଳିତ ଆୟୋଜକ ଥିବା ବେଳେ ଭାରତକିନ୍ତୁ ଦୁଇ ଥର ହାରିଯାଇଥିଲା । ଦିଲ୍ଲୀରେହୋଇଥିବା ମୁକାବିଲାରେ ଶ୍ରୀଲଙ୍କା ୬ ୱିକେଟରେବିଜୟୀ ହୋଇଥିଲା । ସଚିନ ତେନ୍ଦୁଲକର
(୧୩୭) ଏବଂ ମହମ୍ମଦ ଆଝାରୁଦ୍ଦିନ (୭୨)ଅପରାଜିତ ଇନିଂସ୍ ସହାୟତାରେ ଭାରତ ୫୦ଓଭରରେ ୨୭୧/୩ରେ ସୀମିତ ରହିଥିଲା ।ଜବାବରେ ସନଥ ଜୟସୁରିୟା (୭୯) ଏବଂ
ହାସନ ତିଲକରନେô (୭୦)ଙ୍କ ଅର୍ଦ୍ଧଶତକବଳରେ ଶ୍ରୀଲଙ୍କା ୪୮.୪ ଓଭରରେ ବିଜୟଲକ୍ଷ୍ୟ (୨୭୨/୪)ରେ ପହଞ୍ଚି ଯାଇଥିଲା । ସେହିସଂସ୍କରଣର ସେମିଫାଇନାଲରେ ଦୁଇ ଦେଶ
ଐତିହାସିକ ଇଡେନ୍ ଗାର୍ଡେନ୍ସରେ ମୁକାବିଲାକରିଥିଲେ । ନାଟକୀୟ ଭାବେ ଭାରତ ଏହିମୁକାବିଲାକୁ ହାତଛଡ଼ା କରିଥିଲା । ଅସମ୍ପୂର୍ଣ୍ଣମ୍ୟାଚରେ ଦର୍ଶକ ଗଣ୍ଡଗୋଳ ପାଇଁ ଏହି
ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣାକରାଯାଇଥିଲା । ଅରବିନ୍ଦ ଡି’ସିଲଭା (୬୬)ଏବଂ ରୋଶନ ମହାନାମା (୫୮)ଙ୍କ ଅର୍ଦ୍ଧଶତକବଳରେ ଶ୍ରୀଲଙ୍କା ସ୍କୋର୍ କରିଥିଲା ୨୫୧/୮ ।
ଜଭଗାଲ ଶ୍ରୀନାଥ ୩ ଏବଂ ସଚିନ ତେନ୍ଦୁଲକର୨ ୱିକେଟ୍ ନେଇଥିଲେ । ଜବାବରେ ସଚିନଙ୍କଅର୍ଦ୍ଧଶତକ(୬୫)ଙ୍କ ସତ୍ତ୍ୱେ ଭାରତ ୩୪.୧
ଓଭର ବେଳକୁ ୧୨୦/୮ରେ ସଂଘର୍ଷ କରିବାରୁଦର୍ଶକ ଗଣ୍ଡଗୋଳ ଭିତରେ ଏହି ମ୍ୟାଚ୍ ଅଟକିଯାଇଥିଲା । ୧୯୯୯ ବିଶ୍ୱକପ୍ ମୁକାବିଲାରେକିନ୍ତୁ ଭାରତ ୧୫୭ ରନରେ ବଡ଼ ବିଜୟ
ହାସଲ କରିଥିଲା । ଟନଟନରେ ଖେଳାଯାଇଥିବାଏହି ମ୍ୟାଚରେ ସୌରଭ ଗାଙ୍ଗୁଲି (୧୭୫)ଏବଂ ରାହୁଲ ଦ୍ରାବିଡ଼ (୧୪୫) ଦ୍ୱିତୀୟୱିକେଟ୍ ପାଇଁ ୩୧୮ ରନର ବଡ଼ ଭାଗୀଦାରି
କରିବାରୁ ଭାରତ ୩୭୩/୬ର ବିଶାଳସ୍କୋର୍ କରିଥିଲା । ଜବାବରେ ରବିନ୍ ସିଂହଙ୍କ୫ ୱିକେଟ୍ ସଫଳତା କାରଣରୁ ଶ୍ରୀଲଙ୍କା୪୨.୩ ଓଭରରେ ୨୧୬ ରନ୍ କରି ସମସ୍ତ
ୱିକେଟ୍ ହରାଇଥିଲା । ଦେବାଶିଷ ମହାନ୍ତି,ଅନିଲ କୁମ୍ବଲେ, ଜଭଗାଲ ଶ୍ରୀନାଥ ମଧ୍ୟଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆରକରିଥିଲେ । ୪ ବର୍ଷ ପରେ ଜୋହାନ୍ସବର୍ଗରେ
ହୋଇଥିବା ପରବର୍ତ୍ତୀ ମୁକାବିଲାରେ ଭାରତମଧ୍ୟ ୧୮୩ ରନର ଆଉ ଏକ ବଡ଼ ବିଜୟହାସଲ କରିଥିଲା । ସଚିନ ତେନ୍ଦୁଲକର(୯୭), ବୀରେନ୍ଦ୍ର ସେହବାଗ (୬୬),
ସୌରଭ ଗାଙ୍ଗୁଲି (୪୮)ଙ୍କ ବଳରେ ଭାରତ୨୯୨/୬ ସ୍କୋର କରିଥିଲା । ଜବାବରେଶ୍ରୀଲଙ୍କା ୨୩ ଓଭରରେ ମାତ୍ର ୧୦୯ ରନ୍କରି ସମସ୍ତ ୱିକେଟ୍ ହରାଇଥିଲା ।
୨୦୦୭ରେ ଭାରତର ବିପର୍ଯ୍ୟୟ ଘଟିଥିବାବେଳେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ହାରିପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ପୋର୍ଟଅଫ୍ ସ୍ପେନର କୁଇନ୍ସ ପାର୍କ ଓଭାଲରେ ଶ୍ରୀଲଙ୍କା
୬୯ ରନ୍ରେ ବିଜୟୀ ହୋଇଥିଲା । ୨୫୫ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରାହୁଲଦ୍ରାବିଡ଼ଙ୍କ ଦଳ ୪୩.୩ ଓଭରରେ ୧୮୫ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ।
୨୦୧୧ ବିଶ୍ୱକପ୍ ଫାଇନାଲରେ ଭାରତମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭେଟିଥିଲାଶ୍ରୀଲଙ୍କାକୁ । ତେବେ ୨୦୧୯ ବିଶ୍ୱକପରେଭାରତ ୭ ୱିକେଟରେ ବିଜୟୀ ହୋଇଥିଲା ।
ଲିଡ୍ସରେ ଖେଳାଯାଇଥିବା ଏହି ମ୍ୟାଚରେକେଏଲ୍ ରାହୁଲ (୧୧୧) ଏବଂ ରୋହିତଶର୍ମା (୧୦୩)ଙ୍କ ଶତକ ବଳରେ ଭାରତ୪୩.୩ ଓଭରରେ ବିଜୟ ଲକ୍ଷ୍ୟ (୨୬୫/
୩)ରେ ପହଞ୍ଚିଯାଇଥିଲା ।