ଚୋରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
Three accused arrested on theft charges, court proceedings
ବ୍ୟାସନଗର, : ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳର ସୁବାଷ ଚନ୍ଦ୍ର ମିଶ୍ର ଅଭିଯୋଗ କରିଥିଲେ କି ଗତ ୨୪.୦୮.୨୫ ମଧ୍ୟରାତ୍ରିରେ କିଛି ଅଜଣା ଦୁର୍ବୃତ ତାଙ୍କ ଘରୁ କବାଟ ଭାଙ୍ଗି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରିଥିବାର । ଏହି ଆଧାରରେ ଯାଜପୁର ରୋଡ ଥାନା ମାମଲା ନଂ ୪୯୯/୨୫ ରେ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତ ଚଳାଇ ଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ମନୋଜ ପାତ୍ର (୨୮), ପିତାବଙ୍ଗାଳୀ ଓରଫ ପ୍ରଫୁଲ୍ଲ ପାତ୍ର, ନିବାସୀ- ମୁଣ୍ଡାମାଳା ଏବଂ ପପି ଓରଫ ସୁରେଶ ପାତ୍ର (୩୨), ପିତାକାଠିଆ ପାତ୍ର, ନିବାସୀ- ସାପଗାଡିଆ କୁ ଗିରଫ କରାଯାଇଛି ଏବଂ ଚୋରି ହୋଇଥିବା ସୁନା ଅଳଙ୍କାର ଯଥା ଗୋଟିଏ ହାର, ତିନୋଟି ଚୁଡ଼ି, ଦୁଇ ଯୋଡ଼ା କାନଫୁଲ, ଦୁଇ ମୁଦି, ଗୋଟିଏ କଙ୍କଣ, ଦୁଇ ମାଥାମଣି/ ସିନ୍ଥି, ଗୋଟିଏ ସୁନା ଚେନ୍ ଏବଂ ଗୋଟିଏ ରୂପା ପାଉଜି ଜବତ କରାଯାଇଛି । ଜଣେ ମହିଳା ଅଭିଯୁକ୍ତ ମିନତି ପାତ୍ର (୨୮), ସ୍ୱାମୀ- ମିଲୁ ପାତ୍ର, ମାନପୁର, ଦାନଗଦି ରୁ ଚୋରି ସମାଗ୍ରୀ ଜିଣିଥିବା ଅଭିଯୋଗରେ ଗିରଫ କରାଯାଇଛି ।ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।