ଜମି ରେ ପାଣି ମଡ଼ାଇବା ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆଖି ବୁଜିଲେ ଦୁଇ ସମୁଦି
ଧର୍ମଗଡ, : ଚାଷଜମି ରେ ପାଣି ମଡାଉଥିବା ବେଳେ ଅଘଟଣ ଘଟି ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ ହୋଇଛି । ସମ୍ପର୍କରେ ମୃତକ ଦୁଇଜଣ ସମୁଦି ହେବେ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ବଡ଼ ପୋଡ଼ାଗୁଡା ଗ୍ରାମ ନିକଟରେ। ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା (୫୭)ଓ ତାଙ୍କ ସମୁଦି କଛାର ପଡା ଗାଁର ଅନିରୁଦ୍ଧ ନାଏକ (୫୫)ଗୁରୁବାର ସକାଳୁ ବଡ଼ ପୋଡ଼ାଗୁଡା ମହାଜନଗୁଡା ରାସ୍ତା ମଝିରେ ଥିବା ମୁଣ୍ଡୁରା ନଦୀ ପଠା ରୁ ଚାଷଜମି ରେ ଧାନ ଚାଷ ପାଇଁ ପାଣି ମଡାଉଥିବା ବେଳେ କୌଣସି କାରଣରୁ ମୋଟର ର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛଟପଟ ହେଉଥିବା ଦେଖି ତାଙ୍କ ସମୁଦି ଧାଇଁ ଯାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସମୟରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ, ଦୁଇ ସମୁଦି ବିଦ୍ୟୁତ ଆଘାତ ରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପରେ ନିକଟରେ ଥିବା କିଛି ଚାଷି ଏହା ଦେଖି ପରିବାର ଲୋକ ଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସିବା ବେଳକୁ ଦୁହିଁଙ୍କ ମୃତ୍ୟୁ ହୋଇ ସାରିଥିଲା ।ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଆମପାଣି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଆମପାଣି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ଜାରି ରଖିଛନ୍ତି। ତେବେ ୨ ଚାଷୀଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଭାଙ୍ଗି ପଡିବା ସହ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।