ଡେରାଡୁନରେ ପ୍ରକୃତିର ତାଣ୍ଡବ, ୧୫ ମୃତ
Nature's wrath in Dehradun, 15 dead Send feedback Side panels History Saved
ଉତ୍ତରାଖଣ୍ଡ, : ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏବଂ ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । କୋଠା, ରାସ୍ତା ଏବଂ ପୋଲକୁ ଭାସି ଯାଇଛି, ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬ ଜଣ ନିଖୋଜ ଅଛନ୍ତି । ବର୍ଷା ଯୋଗୁଁ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ୯୦୦ ଲୋକ ଫସି ରହିଛନ୍ତି । ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ମୋଟ୍ ମୃତ୍ୟୁ ମଧ୍ୟରୁ କେବଳ ଡେରାଡୁନ ଜିଲ୍ଲାରୁ ୧୩ଜଣ ଏବଂ ନୈନିତାଲ ଏବଂ ପିଥୋରାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ୧୬ଜଣ ନିଖୋଜ ଥିବା ରିପୋର୍ଟ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ, ରାଡୁନରେ ହୋଇଥିବା ୧୩ ଜଣଙ୍କ ମୃତ୍ୟୁରେ ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାର ୮ ଜଣ ବାସିନ୍ଦା ମଧ୍ୟ ସାମିଲ । ସେମାନେ ବିକାଶନଗର ତହସିଲରେ ଟନ୍ସ ନଦୀ ପାର୍ ହେଉଥିବା ସମୟରେ ଏକ ଟ୍ରାକ୍ଟର-ଟ୍ରଲିରେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡରେ ବର୍ଷାଜନିତ ଘଟଣାରେ ୩ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି । ରାଜ୍ୟ ଜରୁରୀକାଳୀନ ଅପରେସନ୍ସ ସେଣ୍ଟର (ଏସ୍ଇଓସି) କହିଛି ଯେ, ଖରାପ ପାଗ ମଧ୍ୟରେ ନିଖୋଜଙ୍କ ସନ୍ଧାନ ଜାରି ରହିଛି । ଅନ୍ୟପଟେ ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ଅଗ୍ନିଶମ କର୍ମଚାରୀମାନେ ଅଧିକାଂଶ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଡେରାଡୁନ ଜିଲ୍ଲାରେ ରାସ୍ତା ଭାଙ୍ଗି ଯାଇଥିବା ବେଳେ ଅନେକ ପୋଲ ଭାସି ଯାଇଛି । ରାସ୍ତା ଉପରେ ନଦୀ ଜଳ ପ୍ରବାହିତ ହେଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୂଚନା ମହାନିର୍ଦ୍ଦେଶକ ବଂଶୀଧର ତିୱାରୀ କହିଛନ୍ତି ଯେ, ଡେରାଡୁନର ପାଉଣ୍ଡା ଅଞ୍ଚଳର ଦେବଭୂମି ସଂସ୍ଥାନ କ୍ୟାମ୍ପସରେ ପାଣି ଜମି ରହିବା ଯୋଗୁଁ ଫସି ରହିଥିବା ପ୍ରାୟ ୪୦୦ରୁ ୫୦୦ ଛାତ୍ରଙ୍କୁ ଏସଡିଆରଏଫ୍ ଦଳ ଉଦ୍ଧାର କରିଛନ୍ତି । ଡେରାଡୁନ-ମୁସୁରୀ ରାସ୍ତା ମଧ୍ୟ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ପୋଲିସ ପର୍ଯ୍ୟଟକ ଏବଂ ପରିଦର୍ଶକଙ୍କୁ ସୁରକ୍ଷା ପାଇଁ ସେଠାରେ ରହିବାକୁ ଅନୁରୋଧ କରିଛି । ତିୱାରୀ କହିଛନ୍ତି ଯେ, ତେହରିର ଗୀତା ଭବନରେ ପାଣି ଜମି ରହିବା ଯୋଗୁଁ ଫସି ରହିଥିବା ଲୋକଙ୍କୁ ପରେ ଉଦ୍ଧାର କରାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ ନୈନିତାଲର ଏକ ରାସ୍ତା ଭଗ୍ନାବଶେଷ ଦ୍ୱାରା ଅବରୋଧିତ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନ ଜିଲ୍ଲାର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଆକଳନ କରିଛନ୍ତି । ତାଙ୍କ ସହିତ ସ୍ଥାନୀୟ ବିଧାୟକ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେ କହିଛନ୍ତି, \”ରାଜ୍ୟ ସରକାର ପ୍ରତ୍ୟେକ ପ୍ରଭାବିତ ପରିବାର ସହିତ ଛିଡ଼ା ହୋଇଛି । ପ୍ରଶାସନ ପୂର୍ବରୁ ସଜାଗ ଅଛି, ଏବଂ ଏନଡିଆରଏଫ୍, ଏସଡିଆରଏଫ୍, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସକ୍ରିୟ ଅଛନ୍ତି ।’ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜ୍ୟକୁ ସମସ୍ତ ପ୍ରକାରର ସାହାଯ୍ୟର ଆଶ୍ୱାସନା ଦେଇଥିଲେ ଏବଂ କହିଛନ୍ତି କେନ୍ଦ୍ର ସରକାର ଏହି ସଙ୍କଟ ମୁହୂର୍ତ୍ତରେ ଉତ୍ତରାଖଣ୍ଡ ଲୋକଙ୍କ ସହିତ ଛିଡ଼ା ହୋଇଛନ୍ତି ।