ଦିଶା ପଟାନୀଙ୍କ ଘରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ୟୁପି ପୋଲିସର ନୂଆ ଯୋଜନା

UP Police's new plan to find the person who shot at Disha Patani's house

16

ମୁମ୍ବାଇ, : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବରେଲି ପୋଲିସ ଏବେ ଶୀଶଗଡବିଳାସପୁର ରାସ୍ତାରେ ଏକ ସନ୍ଦିଗ୍ଧ ବାଇକର ଫୁଟେଜ୍ ପାଇଛି । ଏହା ସେହି ବାଇକ ବୋଲି ବିଶ୍ୱାସ କରାଯାଉଛି ଯେଉଁ ବାଇକରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସିଯିବା ପାଇଁ ଚଢ଼ିଥିଲେ । ବାଇକ ଆରୋହୀମାନେ ପଳାଇବା ସମୟରେ ଅନେକ ଥର ୟୁଟର୍ଣ୍ଣ ନେଇ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ତଦନ୍ତରୁ ଜଣାପଡିଛି ଯେ ସନ୍ଦିଗ୍ଧ ବାଇକଟି ଭୋଜିପୁରା ବାହାରେ ଠାବ କରାଯାଇଥିଲା ଏବଂ ଏହାପରେ ଏହା ବିଳାସପୁର ଏବଂ ରୁଦ୍ରପୁର ଆଡକୁ ଯାଉଥିବାର ଦେଖାଯାଇଥିଲା । ଏହି ଆଧାରରେ ବରେଲି ପୋଲିସର ଏ ଟିମ୍ ଉତ୍ତରାଖଣ୍ଡର ରୁଦ୍ରପୁରକୁ ପଠାଯାଇଛି । ତେବେ ଘଟଣା ରାତିରେ, ଅପରାଧୀମାନେ ବେଶ ଚତୁରତାର ସହିତ ରାସ୍ତା ପରିବର୍ତ୍ତନ କରିଥିଲେ ଏବଂ ଅନେକ ଥର ବାଇକ୍ ବୁଲାଇଥିଲେ, ଯାହା ଦ୍ୱାରା ସେମାନେ ପୋଲିସକୁ ଭ୍ରମିତ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସଠାରୁ ବରେଲି ପୋଲିସକୁ ମିଳିଥିବା ଇନପୁଟ୍‌ରେ ଏହା ମଧ୍ୟ କୁହାଯାଇଛି ଯେ, ଅପରାଧ ପରେ ଗୋଲଡି ବ୍ରାର ଏବଂ ଲରେନ୍ସ ଗ୍ୟାଙ୍ଗ କେବେବି ସିଧା ରାସ୍ତା ବାଛନ୍ତି ନାହିଁ । କ୍ୟାମେରାରୁ ବଞ୍ଚିବା ପାଇଁ ଏହି ଗ୍ୟାଙ୍ଗଗୁଡ଼ିକ ବାରମ୍ବାର ସେମାନଙ୍କର ରାସ୍ତା ପରିବର୍ତ୍ତନ କରନ୍ତି । ଏହି କାରଣରୁ ବରେଲି ପୋଲିସ ଭୋଜିପୁରାରୁ ନୈନିତାଲ ରାସ୍ତାରେ ସନ୍ଧାନ ବନ୍ଦ କରିଦେଇଛି ଏବଂ ବର୍ତ୍ତମାନ ଅନ୍ୟ ସଂଯୋଗକାରୀ ରାସ୍ତା ଉପରେ ଧ୍ୟାନ ଦେଇଛି । ତେବେ ବରେଲି ପୋଲିସ ଏପର୍ଯ୍ୟନ୍ତ ୨୫୦୦ ରୁ ଅଧିକ ସିସି କ୍ୟାମେରାର ଫୁଟେଜ୍ ସ୍କାନ କରିଛି । ପୋଲିସ କହିଛି ଯେ ସନ୍ଦିଗ୍ଧ ବାଇକ୍ ଏବଂ ଏହାର ଦିଗ ସହିତ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ସୁରାକ ଉପରେ କାମ କରାଯାଉଛି । ତଦନ୍ତରେ ସହାୟତା କରିବା ପାଇଁ ପୋଲିସ ପଞ୍ଜାବ ଏବଂ ରାଜସ୍ଥାନରୁ ୩୩୫ ଜଣ ଏବଂ ହରିୟାଣା ଏବଂ ଦିଲ୍ଲୀରୁ ୧୮୦ଜଣ ଅପରାଧୀଙ୍କ ତଥ୍ୟ ପାଇଛି । ପ୍ରକାଶ ଥାଉକି, ଦିଶା ପଟାନୀଙ୍କ ଘରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ବରେଲି ଏସଏସପି ଅନୁରାଗ ଆର୍ଯ୍ୟ କହିଛନ୍ତି ଯେ ଆକ୍ରମଣକାରୀମାନେ ନେଇଥିବା ପଥ ସମ୍ପର୍କରେ କିଛି ନୂତନ ଇନପୁଟ୍‌ ମିଳିଛି । ଏଗୁଡ଼ିକ ଉପରେ ମଧ୍ୟ କାମ କରାଯାଉଛି । ଅନ୍ୟ ରାଜ୍ୟକୁ ପଠାଯାଇଥିବା ଟିମଗୁଡ଼ିକଠାରୁ ମଧ୍ୟ ଇନପୁଟ୍ ମିଳୁଛି ।

Leave A Reply

Your email address will not be published.