ପିଆଜ ଦର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲା କେନ୍ଦ

139

ନୂଆଦିଲ୍ଲୀ: ଦେଶରେ ଖୁଚୁରା ପିଆଜଦର ସପ୍ତାହକରେ କେଜି ପିଛା୭ଟଙ୍କା ବଢିବା ସରକାରଙ୍କୁ ସତର୍କକରିଦେଇଛି । ପିଆଜ ଯୋଗୁଦେଶରେ ଟମାଟୋ ପରିସ୍ଥିତି ସୃଷ୍ଟିନ ହେଉ ସେଥି ପାଇଁ ସରକାର ଅଣ୍ଟାଭିଡିଛନ୍ତି । ପାର୍ବଣ ଋତୁରେ ଦରନିୟନ୍ତ୍ରଣ କରିବା ପାଇଁ ସରକାରଏବେ ଖୁଚୁରା ବଜାରରେ ପିଆଜରବିକ୍ରି ବୃଦ୍ଧି କରିବେ । ଦିପାବଳୀପାଖାପାଖି ସରକାର ବଫର ଷ୍ଟକ୍ରୁପିଆଜ ଖୋଲାବଜାରକୁ ଛାଡିବେଯାହା ଦ୍ୱାରା ବଜାରରେ ପିଆଜରଦର ନିୟନ୍ତ୍ରିତ ହୋଇ ପାରିବ ବୋଲିଆଶା କରାଯାଉଛି । ଗତ ଏକ ସପ୍ତାହହେଲା ପିଆଜ ଦର ନିୟମିତବଢିବାରେ ଲାଗିଛି । ସପ୍ତାହକ ପୂର୍ବେବଜାରରେ କେଜି ପିଛା ୩୩ ଟଙ୍କାଦରରେ ବିକ୍ରି ହେଉଥିବା ପିଆଜଏବେ ୪୦ ଟଙ୍କାକୁ ପହଞ୍ଚି ଯାଇଛି ।ସରକାର ପୂର୍ବରୁ ମଧ୍ୟ ପିଆଜ ଦରନିୟନ୍ତ୍ରଣ ନିମନ୍ତେ ଅନେକ ପଦକ୍ଷେପନେଇଥିଲେ । ଏହା ସତ୍ତ୍ୱେ ବଜାରରେପିଆଜ ମୂଲ୍ୟ ବୃଦ୍ଧି ଜାରି ରହିଛି ।ସରକାରୀ ତଥ୍ୟ ମୁତାବକ ଏବେଯୋଗାଣ ଓ ଚାହିଦାରେ ବେଶ୍ ଅନ୍ତରଦେଖା ଦେଇଛି, ଯେଉଁଥି ପାଇଁବଜାରରେ ପିଆଜ ଦର ବୃଦ୍ଧିହେଉଛି । ଖାଉଟି ବ୍ୟାପାର ବିଭାଗଙ୍କଜନୈକ ଅଧିକାରୀଙ୍କ ଅନୁସାରେସରକାର ଦିପାବଳୀ ପାଖେଇବାସହିତ ଖୁଚୁରା ବଜାରକୁ ଷ୍ଟକ୍ ଜାରିକରିବା ଅ ।ରମ୍ଭ କରିଦେବେ । ଯାହାଦ୍ୱାରା ପାର୍ବଣ ଚାହିଦାରେ ହେବାକୁଥିବା ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରିତ କରାଯାଇପାରିବ । ପାର୍ବଣ ଋତୁରେ ଯେପରିପିଅ ।ଜ ଦର କେଜି ପିଛା ୫୦ ଟଙ୍କାମଧ୍ୟରେ ରହେ ସେଥି ଲାଗି ଏବେଠୁବଫର ନିର୍ମାଣ ଆରମ୍ଭ ହୋଇଛି ।୨୦୨୨-୨୩ ଆର୍ଥିକ ବର୍ଷରେସରକାର ୨.୫୧ଲକ୍ଷ ଟନ ପିଆଜବଫର ଷ୍ଟକ୍ ରୂପେ ରଖିଥିଲେ ।ଖାଉଟୀ ବ୍ୟାପର ମନ୍ତ୍ରଣାଳୟରୁମିଳୁଥିବା ସୂଚନା ଅନୁସାରେ ସରକାରମୋଟ ଷ୍ଟକ୍ର ୧.୭୪ ଲକ୍ଷ ଟନ୍ପୂର୍ବରୁ ଜାରି କରିସାରିଛନ୍ତି । ଏଥିରେଅଧିକାଂଶ ପିଆଜ ପାଇକାରୀବଜାରରେ ଦର ନିୟନ୍ତ୍ରଣ ନିମନ୍ତେଛଡା ଯାଇଥିଲା । ଏହି ଷ୍ଟକ୍ ୧୬ଟିରାଜ୍ୟରେ ଜାରି ହୋଇଥିଲା । ପ୍ରଥମେସରକାର ନିଷ୍ପତ୍ତି ନେଇଥିଲେ୨୦୨୩-୨୪ ଋତୁରେ ୩ ଲକ୍ଷଟନ ପିଆଜ ବଫର ଷ୍ଟକ୍ କରିବେ ।ତେବେ ଅଗଷ୍ଟ ମାସରେ ମୂଲ୍ୟ ବୃଦ୍ଧିଯୋଗୁ ସରକାର ତାଙ୍କ ଷ୍ଟକ୍ ସୀମାକୁ୫ ଲକ୍ଷ ଟନ୍ ପର୍ଯ୍ୟନ୍ତ ବଢେଇ ଦେଇଥିଲେ । ଏବେ ସରକାର ତାଙ୍କବଫର ଷ୍ଟକ୍ ୭ ଲକ୍ଷ ଟନ ପର୍ଯ୍ୟନ୍ତବୃଦ୍ଧି କରିବେ । ତେବେ ବଜାରରେପିଆଜ ଦର ଖରିଫ ପିଆଜ ଅମଳପର୍ଯ୍ୟନ୍ତ ବଢିକରି ରହିବ ବୋଲିଖାଉଟୀ ବ୍ୟାପାର ମନ୍ତ୍ରାଳୟ ଅଧିକାରୀକହିଛନ୍ତି । ବଜାରରେ ଏବେ ଉତ୍ସବଓ ପର୍ବପର୍ବାଣୀ ଲାଗି ପିଆଜ ଦରବଢିକି ରହିବ ବୋଲି ସେ ଆକଳନକରିଛନ୍ତି । ତେବେ ନଭେମ୍ବର ମାସସରିବା ବେଳକୁ ବଜାରରେ ପିଆଜଦର ହ୍ରାସ ହୋଇଥିବ ବୋଲି ସେଅନୁମାନ କରିଛନ୍ତି । ଅଗଷ୍ଟ ଦ୍ୱିତୀୟସପ୍ତାହରୁ ଦେଶରେ ପିଆଜ ଦର
ବଢିବା ଆରମ୍ଭ ହୋଇଥିଲା ।ପିମ୍ପଲଗାଁବ୍ ଓ ଲସଲଗାଁବ ପାଇକାରୀବଜାରରେ କ୍ୱିଣ୍ଟାଲ ୧୨ଶହ ଟଙ୍କାରେବିକ୍ରି ହେଉଥିବା ପିଆଜ ଅଚାନକ୨,୫୦୦ ଟଙ୍କାକୁ ପହଞ୍ଚିଥିଲା ।ଏହାପରେ ସରକାର ଅଗଷ୍ଟ ୨୦ତାରିଖରେ ପିଆଜ ରପ୍ତାନୀ ଉପରେ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ।

Leave A Reply

Your email address will not be published.