ଧୋନୀଙ୍କ ଲକି ନମ୍ବର ୭ ପଛର ରହସ୍ୟ କଣ ?

195

ଡୁମାଣୀ ଟିଭି,19/୩ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର କ୍ରିକେଟ କ୍ୟାରିୟର ଆରମ୍ଭରୁ ନମ୍ୱର ୭ ଜର୍ସି ସହ ନିଜକୁ ଜଡିତ ରଖିଛନ୍ତି। ୪୦ ବର୍ଷିୟ ଏହି କ୍ରିକେଟର ସବୁବେଳେ ୭ ନମ୍ୱର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଉଥିଲେ।
ନମ୍ୱର ୭ ଧୋନୀଙ୍କ ପାଇଁ ସ୍ପେଶାଲ ଥିବା ତାଙ୍କ ପ୍ରଶଂସକ କୁହନ୍ତି । ଏହାରି ଭିତରେ ନମ୍ୱର ୭ ସହ ଥିବା ସମ୍ପର୍କ ବାବାଦରେ ନିଜେ ଧୋନୀ ଖୁଲାସା କରିଛନ୍ତି । ଇଣ୍ଡିଆ ସିମେଣ୍ଟ ପକ୍ଷରୁ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ୭ ନମ୍ୱର ଜର୍ସି ପିନ୍ଧିବା ପଛର କାରଣ କହିଛନ୍ତି ।
ଧୋନୀ କହିଛନ୍ତି, ଅଧିକାଂଶ ଲୋକେ ଭାବନ୍ତି ୭ ମୋ ପାଇଁ ଲକି ନମ୍ୱର । କିନ୍ତୁ ଏହା ପଛର କାରଣ ଅତି ସାଧାରଣ । ଜୁଲାଇ ୭ରେ ମୋର ଜନ୍ମ । ବର୍ଷର ସପ୍ତମ ମାସର ସପ୍ତମ ଦିନ, ଏହା ହିଁ ଏହା ପଛର ଏକମାତ୍ର ସତ। ଏହାସହ ଏହି ନମ୍ୱର ତାଙ୍କ ହୃଦୟର ଅତି ନିକଟରେ ଥିବା ଧୋନୀ କହିଛନ୍ତି ।

Leave A Reply

Your email address will not be published.