ନକଲିମଦ ସହିତ, ମଦ ବେପାରୀ  ଗିରଫ

176

ଜଗତସିଂହପୁର ଜିଲାର ବିଭିନ୍ନ ଅଂଚଳରେ ଦିନକୁ ଦିନ ନିଶାବେପାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ତିର୍ତୋଲ ଅଞ୍ଚଳରେ ମଧ୍ୟ ବର୍ଷବର୍ଷ ଧରି ଚୋରା ନକଲି ମଦ କାରବାର ଚାଲୁଥିଲା ବେଳେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି,ଏକ ବଡ଼ ରାକେଟ ଜିଲ୍ଲାର ପ୍ରତେକ ବଜାର ଓ ଗାଁଗହଳିରେ ବ୍ୟାପକ ନିଶା କାରବାର ଚଳାଇଛନ୍ତି | ଏହି ରାକେଟକୁ ଧରିବାକୁ ଦୀର୍ଘଦିନଧରି ତିର୍ତୋଲ ଅବକାରୀ ଥାନାର ବିଭାଗୀୟ ଅଧିକାରୀମାନେ ଜାଲବିଛାଇ ଥିଲା ବେଳେ ଆଜି ଏହି ରାକେଟକୁ ଧରିବାରେ ଅବକାରୀ ପୋଲିସକୁ  ବଡ଼ ସଫଳତା ମିଳିଛି, ଜଗତସିଂହପୁର ଜିଲ୍ଲା ତିର୍ତୋଲଥାନା ଅଧୀନ ତୁଳଙ୍ଗ ପଞ୍ଚାୟତର ପୋଇଓ ଗ୍ରାମର ଜିତୁରଞ୍ଜନ ପାତ୍ର ନାମକ ଜଣେ ଯୁବକ ଘରର ଚତୁଃପାର୍ଶ୍ଵକୁ ଘେରାଉ କରି  ବିପୁଳପରିମାଣର ନକଲିମଦକୁ ରଖିଥିବାର କୌଣସି ସୂତ୍ରରୁ ଖବର ପାଇ ମଦ ଜବତ କରିବା ସହିତ ଜିତୁକୁ ରେଡହ୍ୟାଣ୍ଡ ରେ ଧରି ଗିରଫ କରିଛନ୍ତି |

ସକାଳୁ ଦଳବଳ ସହିତ ତିର୍ତୋଲ ଅବକାରୀଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭେନ୍ଦୁ କୁମାର ପୁହାଣ, ଏଏସଆଇ ବଳରାମ ଦାଶ,  କନେଷ୍ଟବଳ ମନୋଜ କୁମାର ପରିଡା, ସୁମନ୍ତ କୁମାର ମହନ୍ତ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଓ କଲ୍ୟାଣୀ ସେଠି ସମ୍ପୃକ୍ତ ନିଶାବେପାରୀର ଘରେ ଅଚାନକ ଚଢ଼ାଉ କରି  ଏଗାରଲିଟର ସାତଶହ ମିଲିଲିଟର ବିଦେଶୀନକଲିମଦ ଯାହାର ଆନୁମାନିକ ମୂଲ୍ୟ ୮୧୯୦ ଟଙ୍କା ସହିତ ନଗଦ ୧୭୫୦ ଟଙ୍କା ଜବତ କରି ଆସାମୀକୁ ଗିରଫ କରିଥିଲେ | ତେବେ ଏହି ନକଲି ମଦ କାରବାରର ରାକେଟ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ କୋର୍ଟର ଅନୁମତି ନେଇ  ଆସାମୀକୁ ଅଟକ ରଖି  ଘଟଣାର ଅନୁସନ୍ଧାନ ଜାରିରଖିଛି ତିର୍ତୋଲ ଅବକାରୀ ପୋଲିସ |

Leave A Reply

Your email address will not be published.