ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ

218

ଡୁମାଣୀ ଟିଭି ,୫/୪ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ । ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ ପୋଲିସ । ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା । ଓଡିଶାର ପାରାଦୀପରେ ଡାକ୍ତରାଣୀ ଥିଲେ କମଳା ତିର୍କୀ । ତେବେ ଠକ ଡାକ୍ତରଙ୍କ କାରନାମା ଜାଣିବାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ ।

୫ମ ଥର ପାଇଁ ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ମିଳିଥିଲା ଠୋସ୍ ପ୍ରମାଣ । ସୂଚନା ଥାଉକି, ଶାଦି ଡଟ କମ୍‌କୁ ଚିଠି ଲେଖିଥିଲା କମିଶନରେଟ୍‌ ପୋଲିସ । ଶାଦି ଡଟ୍‌ କମ୍‌ରୁ ଠକ ରମେଶଙ୍କର ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠିରେ ଉଲ୍ଲେଖ କରିଛି ପୋଲିସ । ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି । ସେନେଇ ତଥ୍ୟ ମଧ୍ୟ ମାଗିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ଏହି କେଳେଙ୍କାରୀରେ ରମେଶଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ରମେଶଙ୍କ ପ୍ରଥମ ପତ୍ନୀଙ୍କୁ ଜେରା କରିଥିଲା । ପରେ ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ୍‌ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ । ତେବେ ଏଥିରେ ସେ କେତେ ସତ କହିଛି , ତାହା ଆଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.