ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ

199
ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ

ଡୁମାଣୀ ଟିଭି,୧୮/୩ : ନନ୍ଦନକାନନ ପାଇଁ ଖୁସି ଖବର । ତୃତୀୟ ଥର ମା ହେଲା ସିଂହ ବିଜଲୀ । ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୫ ରୁ ୭ ଘଣ୍ଟିକା ମଧ୍ୟରେ ଆଉ ଅଧିକ ଶାସକ ଜନ୍ମ ଦେବାର ସମ୍ଭାବନା ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ।
ସେମାନଙ୍କ ମଧ୍ୟରୁ ୨ଟି ମୃତୁ ହୋଇଥିବା ବେଳେ ୨ଟି ଶାବକ ବଡ ହୋଇ ସାରିଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ତିକ୍ଷ୍ନ ନଜର ରଖିଛନ୍ତି । (ବିଜଲୀ) ସହିତ ସିଂହ (ସମ୍ରାଟ )ମିଳନରୁ ପ୍ରଥମେ ୨୦୧୯ ଦ୍ୱିତୀୟ ଥର ୨୦୨୧ମସିହାରେ ଦୁଇଥର ବିଜଲୀ ଶାବକ ଜନ୍ମ ଦେଇଥିଲା ଏବେ ଏହା ତୃତୀୟ ଥର ଗର୍ଭଧାରଣ କରିଥିଲା ।
ସୂଚନା ଅନୁସାରେ,ବିଜଲୀ କୌଣସି ଛୁଆର ଯତ୍ନ ନେଇ ନଥିଲା । ତାର ଛୁଆ କଳ୍ପନା ଓ ବର୍ଷା ନାମକ ଦୁଇ ଛୁଆମାନଙ୍କୁ ସେବକ ପ୍ରଶାନ୍ତ ଗୌଡ ନାମକ କର୍ମଚାରୀ ନିଜ ହାତରେ ପାଳନ ପାଳନ କରି ବଡ କରିଥିଲେ । ଏବେ ଜନ୍ମ ହୋଇଥିବା ଛୁଆ ଓ ମା ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.