ନନ୍‌ ଷ୍ଟିକ୍‌ କୁକୱେରରେ ଭୁଲରେ ରାନ୍ଧନ୍ତୁ ନାହିଁ ମାଂସ

198

ନନ୍‌ ଷ୍ଟିକ୍‌ କୁକୱେରର ବ୍ୟବହାର ଗତ କିଛି ଦଶକ ହେବ ଖୁବ୍‌ ବଢିଯାଇଛି । ଏହା ନର୍ମାଲ ଆଲୁମିନିୟମ୍‌ ଓ ଷ୍ଟିଲ୍‌ ବାସନଠାରୁ ଅଳ୍ପ ମହଙ୍ଗା ନିହାତି, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । ଏହାର କାରଣ ହେଉଛି ପ୍ୟାନ୍‌ରେ କମ୍‌ ତେଲ ପଡିଥାଏ, କାରଣ ଏଥିରେ ଖାସ୍‌ ପ୍ରକାରର କୋଟିଂ ରହିଥାଏ । ଏହି କାରଣରୁ ତେଲ ମଧ୍ୟ କମ୍‌ ଖାଇବାକୁ ପଡେ । ନନ୍‌ ଷ୍ଟିକ୍‌ ପ୍ୟାନ୍‌ରେ ଖାଇବା ଦ୍ୱାରା ଲୋ ଅଏଲ ଫୁଡ୍‌ ପ୍ରସ୍ତୁତ ହୋଇଥାଏ ଓ ପୁଣିଥରେ ମେଦବହୁଳତା, ହାଇ କୋଲଷ୍ଟ୍ରଲ, ହାଇ ବ୍ଲଡ ପ୍ରେସର ଓ ଡାଇବେଟିସ୍‌ ବିପଦ କମ୍‌ ହୋଇଯାଇଥାଏ । ଏଭଳି ଭାବରେ ବାସନ୍‌ର ବିଶେଷ୍ୱତ ହେଉଛି ଯେ, ଏଥିରେ ଖାଦ୍ୟ ଖାଇବା ଖୁବ୍‌ ସହଜ ହୋଇଯାଇଥାଏ । ଏତେ ସବୁ ଲାଭ ପରେ କିଛି ଜିନିଷ ନନ୍‌ ଷ୍ଟିକ୍‌ କୁକୱେରରେ ରୋଷେଇ କରିବା ଉଚିତ୍‌ ନୁହେଁ । ଏହା ଦ୍ୱାରା ଦେହ
ଖରାପ ହୋଇଯାଇଥାଏ । –ନନ୍‌ ଷ୍ଟିକ୍‌ କୁକୱେରରେ ମାଂସ ରୋଷେଇ କରିବା ଉଚିତ ନୁହେଁ । କାରଣ ମାଂସ ହେବା ପାଇଁ ଅଧିକ ହିଟ୍‌ ଦରକାର ପଡିଥାଏ । ଯଦି ମାଂସକୁ ଡିପ୍‌ ଫ୍ରାଏ କରାଯାଏ ତେବେ ବାସନର କୋଟିଂ ତରଳିବାରେ ଲାଗିଥାଏ । ଏହାପରେ ଖାଦ୍ୟ ସହିତ ମିକ୍ସ ହୋଇପାରେ । ଏହା ଯୋଗୁଁ ଦେହ ଖରାପ ହୋଇପାରେ । ମାଂସ କିମ୍ବା ରେଡ୍‌ ମିଟ୍‌ ଷ୍ଟିକ୍‌ ପ୍ୟାନ୍‌ରେ ରୋଷେଇ କରିବାଠାରୁ ଦୂରେଇ ରୁହନ୍ତି । ଆପଣ ଆଲୁମିନିୟମ ଓ ଷ୍ଟିଲ୍‌ର କଡେଇ କିମ୍ବା କୁକରରେ ମାଂସ ରୋଷେଇ କରି ଖାଆନ୍ତୁ । –ବର୍ତ୍ତମାନ ସମୟରେ ଭେଜିଟେବଲ ଷ୍ଟିର ଫ୍ରାଏର ପ୍ରଚଳନ ଖୁବ୍‌ ବଢିଯାଇଛି । ଏହା ଏଭଳି ଏକ ମଜାଦାର ଖାଦ୍ୟ ଯେଉଁଥିରେ ମସଲା ଓ ତେଲ ଖୁବ୍‌ କମ୍‌ ରହିଥାଏ । ଏହି କାରଣରୁ ଯେଉଁ ଲୋକ ସ୍ୱାସ୍ଥ୍ୟକୁ ନେଇ ସଚେତନ ତାଙ୍କୁ ରେସିପି ଖୁବ୍‌ ଅଧିକ ଭଲ ଲାଗେ । କିନ୍ତୁ ସମସ୍ୟା ଏହା ଯେ, ଏହି ଖାଦ୍ୟକୁ ବହୁତ ସମୟ ପର୍ଯ୍ୟନ୍ତ ଅଧିକ ଉତ୍ତାପରେ ରାନ୍ଧିବାକୁ ପଡିଥାଏ । ତେଣୁ ଏକ୍ସପର୍ଟଙ୍କ କହିବା ଅନୁସାରେ, କେବେ ବି ଏହାକୁ ନନ୍‌ ଷ୍ଟିକ୍‌ ପ୍ୟାନ୍‌ରେ ତିଆରି କରିବା ଉଚିତ ନୁହେଁ । ଏଭଳି ବାସନ ଅଧିକ ହିଟ୍‌ ପାଇଁ ତିଆରି କାରଣ, କାରଣ ଏହାର କୋଟିଂ ନଷ୍ଟ ହୋଇପାରେ ।

Leave A Reply

Your email address will not be published.