ନବରାତ୍ରିରେ ଆଳତୀ ନେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

Fight breaks out between two groups over taking alms during Navratri

17

ନୂଆଦିଲ୍ଲୀ, : ନବରାତ୍ରି ଅବସରରେ ଦିଲ୍ଲୀର କାଲକାଜି ମନ୍ଦିରରେ ଆଳତୀ ନେଇ ଯାଉଥିବା ଶ୍ରଦ୍ଧାଳୁଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପରସ୍ପର ଆଗକୁ ଯିବାକୁ ଚେଷ୍ଟା କରି ବିବାଦ ଦେଖାଦେଇଛି । ଆଉ ଏହାରି ଭିତରେ ଡିଜେ ସାଉଣ୍ଡକୁ ନେଇ ବିବାଦ ଆହୁରି ବଢିଯାଇଥିଲା, ଫଳରେ ମାମଲାରେ ହାତାହାତି ଯାଏଁ ଚାଲିଥିଲା । ଗୋଟିଏ
ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ତେବେ ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣା ସ୍ଥଳରୁ ଛୁରୀ ଜବତ କରିଛି । ପୋଲିସ ମାମଲାର ଗମ୍ଭରତାକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ସହିତ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଯାଞ୍ଚ ସମୟରେ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନଙ୍କ ପରିଚୟ ମିଳିଛି । ପୋଲିସ ଏବେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଘଟଣା ବିଷୟରେ ସତ୍ୟତା ଜଣାପଡିନାହିଁ । ତେବେ ନବରାତ୍ରି ସମୟରେ ଏଭଳି ହିଂସା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ସମସ୍ତ ଅଭିଯୁକ୍ତକୁ ଖୁବଶୀଘ୍ର ଧରିବ ବୋଲି କହିଛି ।

Leave A Reply

Your email address will not be published.