ଘଷିପୁରା, : ରାମଚନ୍ଦ୍ରପୁର ଥାନା ଜନାର୍ଦନପୁର ପାଟଣା ଗାଁ ନାଳ ନିକଟରୁ ମିଳିଲା ମହିଳାଙ୍କ ମୃତଦେହ । ମୃତା ମହିଳା ଗାଁର ବୁଲୁ ଦାସଙ୍କ ପତ୍ନୀ ସୁକାନ୍ତି ଗତ ୪ଦିନ ଧରି ନିଖୋଜ ଥିଲ । ନିଖୋଜନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ବୁଧବାର ଉଲଗ୍ନ ଅବସ୍ତାରେ ହାତଗୋଡ ବନ୍ଧା ଅବସ୍ତାରେ ମୃତଦେହ ମିଳିବାପରେ ପରିବାର ଲୋକେ ସୁକାନ୍ତିଙ୍କୁ ହତ୍ୟା କରାଯାଇଥିବା ଦାବି କରିଛନ୍ତି । ଗାଁର କୁନା ଦାସ ନାମକ ବ୍ୟାକ୍ତିସହ ପୂର୍ବରୁ ସୁକନ୍ତି ସହ ଝଗଡା ହୋଇଥିଲା । ଏପରିକି କୁନା ସୁକାନ୍ତିକୁ ମାରଣାନ୍ତକ ଆକ୍ରମଣ କରିଥିବାରୁ କୁନା ବିରୋଧରେ ପୋଲିସ୍ର ଆଶ୍ରୟ ନେଇଥିଲେ ପରିବାର ଲେକେ । କୁାନକୁ ପୋଲିସ୍ ଗିରଫ କରି ଜେଲ୍ ପଠାଇଥିଲା । ହେଲେ ସେ ଜେଲ୍ ଯିବା ସମୟରେ ସୁକାନ୍ତିକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । କିଛିଦିନ ପୂର୍ବେ କୁନା ବେଲ୍ ପାଇ ଆସିବାପରେ ସୁକାନ୍ତିକୁ ଅପହରଣ କରିନେଇ ହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ । ଅଭିଯୁକ୍ତ କୁନାକୁ ଅଟକରଖି ପୋଲିସ୍ ମୃତେହ ଜବଦ କରିବାପରେ ସାଇଟିଫିକ୍ ସହାୟତାରେ ଅଧିକ ତଦନ୍ତ ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.