ନାସିକ ରେ ଆଦିବାସୀ ଶ୍ରମିକ ଙ୍କୁ ଶ୍ରମ ଠିକାଦାର ଙ୍କ ମରଣାନ୍ତକ ମାଡ଼ ଭିଟାମାଟି ଫେରି କୋହ ଭରା କଣ୍ଠ ରେ ବଖାଣିଲେ ଦାଦନ ନିର୍ଯ୍ୟାତନା ର ଚିତ୍ର

Tribal laborer beaten to death by labor contractor in Nashik... A picture of the brutal torture that Dadan described with a heavy heart as he returned to the village.

16

ଖଲ୍ଲିକୋଟ ଦାଦନ ପ୍ରବଣ ଖଲ୍ଲିକୋଟ ଅଞ୍ଚଳ ରେ ଦାଦନ ଦୁଃଖ ର ଅନ୍ତ ଘଟିବାର  ନା ଧରୁନି |ଗତ ଦସ ବର୍ଷ ଭିତରେ ୨୨ ରୁ ଊର୍ଧ୍ଵ ଦାଦନ ଶ୍ରମିକ ରାଜ୍ୟ ବାହାରେ ମୃତୁ ବରଣ କରିଥିବା ର ନଜିର ରହିଛି  | ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦପଲ୍ଲୀ ପଂଚାୟତ ର ଲାଖପଡ଼ା ଗ୍ରାମର  ଏଭଳି ଏକ ଦାଦନ ଦୁଃଖ ର ଖବର ଆମର ହସ୍ତଗତ ହୋଇଛି | ସୂଚନା ଅନୁଯାଇ ନିଜ ଭିଟାମାଟିରେ କୌଣସି କାମଧନ୍ଦା ନ ମିଳିବାରୁ ତାର ପରିବାର ଚଳାଇବା ପାଇଁ ଅଭାବ ହେବାରୁ ଲାଖପଡ଼ା ଗ୍ରାମର ମିସ୍ତ୍ରୀ କାମ କରୁଥିବା ଆଦିବାସୀ ଯୁବକ ବାନା ଶବର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁ ରେ ଜଣେ ଦାଦନ ଠିକାଦାର ଙ୍କ ସହ  କଥା ବାର୍ତ୍ତା କରି ମାସିକ ୨୭୦୦୦ ଟଙ୍କା ଦରମା ସହିତ ଖାଇବା ରହିବା ସମସ୍ତ ଖର୍ଚ୍ଚ ବହନ କରିବା ନେଇ ସ୍ଥିର ହେବା ପରେ ମହାରାଷ୍ଟ୍ର ର ନାସିକ ଠାରେ କାମ କରିବା ପାଇଁ ନେଇଥିଲେ | ସେଠାରେ କିଛି ଦିନ କାମ କରିବା ପରେ ଗତ ରବିବାର ଦିନ ବିଳମ୍ବିତ ରାତି ରେ ବାନା ଶବର ର ସାଥିରେ ଯାଇଥିବା ତାର ଦାଦା କୁ ବିଳମ୍ବିତ ରାତି ରେ ଶ୍ରମ ଠିକାଦାର ଙ୍କ ଭାଇ କୁଆଡେ ମାଡ଼ ମାରିଥିଲେ ଓ ବାନା ଶବର ଏହାର ପ୍ରତିବାଦ କରିବାରୁ  ଠିକାଦାର ର ଭାଇ ବାନା କୁ ଏକ ଫାଉଡା ରେ ମରାଣାନ୍ତକ ମାଡ଼ ମାରି ଥିଲେ ଓ ବେହୋସ ହେବା ପରେ ପାଣି ଦେଇ ପୁଣି ମାଡ଼ ମାରି ଗେଟ ବାହାରକୁ ଫିଙ୍ଗି ଦେଇଥିବା ଗଣ ମାଧ୍ୟମ ଆଗରେ କୋହ ଭରା କଣ୍ଠ ରେ ବାନା ଶବର ପ୍ରକାଶ କରିଛି | ଆହତ ବାନା ର ପିଠି ଓ ପିଞ୍ଜରା ହାଡ଼ ରେ ଶକ୍ତ ଆଘାତ ଲାଗିଛି ତା ପାଖରେ ପଇସା ନଥିବାରୁ ସେ ଚିକିଛା ନ ହୋଇ ଘରେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଛି ..ଗତ କାଲି ରାତି ରେ ସେ ଘରକୁ ଫେରି ଥିବା ବେଳେ ଏଯାବତ ଶ୍ରମ ଅଧିକାରୀ ଓ ପୋଲିସ ପାଖରେ କୌଣସି ଅଭିଯୋଗ କରିପାରିନି .

Leave A Reply

Your email address will not be published.