ନିଜର ଦେହାନ୍ତ ଖବର ଶୁଣି ଚକିତ ହେଲେ କାଜଲ

Kajal was shocked to hear the news of his demise.

19

ନୂଆଦିଲ୍ଲୀ,: ନିଜ ଦେହାନ୍ତ ଖବର ଶୁଣି ଚକିତ ହୋଇଛନ୍ତି “ସିଂଘମ୍’ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅନେକ ସୋସିଆଲ ମିଡିଆ ରିପୋର୍ଟରେ ଦାବି ହେଲା, ଏକ ଦୁର୍ଘଟଣାରେ କାଜଲଙ୍କର ମୃତୁ୍ୟ ହୋଇଛି । ଏହାର ପ୍ରତିକ୍ରିୟା ଦେଇ କାଜଲ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ଏ ପ୍ରକାର ଗୁଜବଠୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କାଜଲ ନିଜ ଔପ·ରିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରୀ ବିଭାଗରେଲେଖିଛନ୍ତି “ମୁଁ କିଛି ନିରାଧାର ଖବର ଦେଖିଲି, ଯେଉଁଥିରେ ଦାବି ହେଉଛି ଯେ ମୋର ଏକ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ସତ କହିବାକୁ ଗଲେ ଏହା ଖୁବ୍ ମଜାଦାର । କାରଣ ଏହା ଆଦୌ ସତ ନୁହେଁ । ଈଶ୍ୱରଙ୍କ କୃପାରୁ ମୁଁ ସମ୍ପୂର୍ଣ୍ଣ ଠିକ୍ ଓ ସୁରକ୍ଷିତ ଅଛି । ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି, ଏଭଳି ମିଛ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଏହାର ପ୍ରସାର ମଧ୍ୟ କରନ୍ତୁ ନାହିଁ । କାଜଲ ଏବେ ମାଳଦ୍ୱୀପରେ ଛୁଟିର ମଜା ନେଉଛନ୍ତି । ସେ ଗତ ୧ ମାସ ହେଲା ସେଠାରେ ଅଛନ୍ତି । ଶେଷଥର “ସିକନ୍ଦର’ ଓ “କନପ୍ପା’ରେ ସେ ବଡ଼ ପରଦାକୁ ଆସିଥିଲେ । ଆଗକୁ ସେ “ଦ ଇଣ୍ଡିଆ ଷ୍ଟୋରୀ’, “ଇଣ୍ଡିଆନ୍-୩’, “ରାମାୟଣ: ଭାଗ-୧’ ଓ ଭାଗ-୨ରେ ଆସିବେ । ରଣବୀର କପୁର ଓ ସାଈ ପଲ୍ଲବୀ ଷ୍ଟାରର୍ ଏହି “ରାମାୟଣ’ ସିରିଜରେ ସେ ମନେ୍ଦାଦରୀ ଭୂମିକା ନିର୍ବାହ କରିବେ ।

Leave A Reply

Your email address will not be published.