ପତ୍ନୀକୁ ହତ୍ୟା କଲା ସ୍ଵାମୀ
ଜୟପୁର, ୨୭ ଜାନୁଆରୀ – ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁ ରେ। ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି (୨୦)। ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠାରୁ ଆକ୍ରମଣ କରିଥିବା ଟାଙ୍ଗିଆ ଜବତ କରିବା ସହ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଗତକାଲି ସନ୍ଧ୍ୟା ୬ ଟା ସମୟରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଗତ ବୁଧବାର ଦିନ ଅପରାହ୍ନରେ ଧାନ ଚାଷ ଲାଗି ଗାଁ ନିକଟସ୍ଥ ବିଲରେ କାମ କରିବାକୁ ଯାଇଥିଲେ ମମିତା। ଦିନ ସାରା ବିଲରେ କାମ କରି ଘରକୁ ଫେରୁଥିବା ବେଳେ କୈାଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅଭିଯୁକ୍ତ ଅଜୟ ଉତ୍ୟକ୍ତ ହୋଇ ନିତିଦିନ ବ୍ୟବହାର କରୁଥିବା ଧାରୁଆ ଟାଙ୍ଗିଆରେ ଆକ୍ରମଣ କରି ମମିତାଙ୍କୁ ଜୀବନରେ ମାରି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ଅଧିକ ତଦନ୍ତ ପାଇଁ କୋରାପୁଟର ଏକ ସାଇଣ୍ଟିଫିକ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା କୁହାଯାଇଛି।