ପାଣ୍ଡ୍ୟାଙ୍କ ପରେ ଆହତ ହେଲେ ଜାଡେଜା

152

ମୁମ୍ବାଇ, ୨୧ା୧୦: ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମୁହାଁମୁହିଁ ହେବେ । ଧର୍ମଶାଳାରେ ଏହି ମ୍ୟାଚ
ଖେଳାଯିବାକୁ ଥିବାବେଳେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଅଲରାଉଣ୍ଡର
ରବିନ୍ଦ୍ର ଜାଡେଜାଙ୍କ ଆଘାତ ହୋଇଥିବାର ଖବର ଆସୁଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ
ପାଇଁ ରବିନ୍ଦ୍ର ଜାଡେଜାଙ୍କ ଆଘାତ ଏକ ଝଟକା ବୋଲି ବିବେଚନା କରାଯାଉଛି । ବିସିସିଆଇ ସୂତ୍ର ଅନୁଯାୟୀ
ରବିନ୍ଦ୍ର ଜାଡେଜାଙ୍କ ଆଘାତ ଅତ୍ୟନ୍ତ ଗୁରୁତର ନୁହେଁ । ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ରବିନ୍ଦ୍ର ଜାଡେଜା
ଭଲ ଅଛନ୍ତି । ଏହାରି ଭିତରେ ପ୍ରଶ୍ନ ଉଠିଛି ଯେ ରବିନ୍ଦ୍ର ଜାଡେଜା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ
ନେବେ କି? କିଛି କ୍ରିକେଟ ସମୀକ୍ଷକଙ୍କ କହିବା ମୁତାବକ ରବିନ୍ଦ୍ର ଜାଡେଜା କ୍ରମାଗତ ଭାବେ ମ୍ୟାଚ୍
ଖେଳୁଥିବାରୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ ଦିଆଯାଇପାରେ ।

Leave A Reply

Your email address will not be published.