ପାର୍ବଣରେ ମହଙ୍ଗା ମାଡ଼ : ଖାଉଟି କଲବଲ

138

ଭୁବନେଶ୍ୱର,୨୨ା୧୦(ଡିକେନୁ୍ୟଜ): ପାର୍ବଣରେ ଖାଉଟିଙ୍କୁମହଙ୍ଗା ମାଡ଼ । କ୍ୱିଣ୍ଟାଲ ପିଛା୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ
ବୃଦ୍ଧି ପାଇଛି ଗହମ । ଫଳରେ ଅଟା,ସୁଜି, ମଇଦା ସମେତ ଗହମଜାତଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି ।ଖାଲି ଏତିକି ନୁହେଁ, ସୀମା ପାର
କରିବାକୁ ଯାଉଛି ସୁନା ଦର । ଏବେ୨୪କ୍ୟାରେଟ୍ ସୁନା ଦର ୬୨ହଜାର ୬୦୦ ଟଙ୍କା । ଇସ୍ରାଏଲ୍ ଓପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁ ଲୋକେ ଷ୍ଟକ୍
ମାର୍କେଟରେଟଙ୍କା ନ ଲଗାଇ ସୁନା କିଣି ·ଲିଛନ୍ତି । ଆସନ୍ତାଦୀପାବଳୀକୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମପିଛା ୬୫ହଜାର ଟପିବ ବୋଲି ଆକଳନ
କରାଯାଉଛି । ପାର୍ବଣ ଋତୁରେ ମହଙ୍ଗା ମାଡ଼ ।ବଢିଲାଣି ରୁଟି ରେଟ୍ । ଖାଇବା ସାମଗ୍ରୀ ଦରଆକାଶଛୁଆଁ । ହାଣ୍ଡିଶାଳରେ ଚଡ଼କ, ବିଗିଡ଼ିଲାଣି
ମାସିକିଆ ବଜେଟ୍ । ଦଶହରାରେ ଖାଉଟି କଲବଲ ।ଯେଉଁଠି ହାତ ଲଗାଇଲେ ବି ରେଟ୍ ଚଢା ।କର୍ପୋରେଟ୍ ସଂସ୍ଥାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦର
ବୃଦ୍ଧି ନେଇ ଖୋଲା ଛୁଟ୍ ଦେଇଛନ୍ତି କେନ୍ଦ୍ର ସରକାର ।ଦୁଇଦିନ ତଳେ ଗହମ କ୍ୱିଣ୍ଟାଲ ପିଛା ଥିଲା ୨୩୦୦ଟଙ୍କା, ଏବେ ହେଲାଣି ୨୭୦୦ ଟଙ୍କା । ଗହମ ଦର
ବୃଦ୍ଧି ଯୋଗୁଁ ଅଟା, ମଇଦା, ସୁଜି ସମେତ ଗହମଜାତ ଦ୍ରବ୍ୟ ଦର ବି ବୃଦ୍ଧି ଦେଖି ଖାଉଟିଙ୍କ ହୋସ୍ଉଡିଲାଣି । ଦର ବଢ଼ିବା ସହିତ ଯୋଗାଣ ବି କମ୍ ।
ଏହା ବୋଝ ଉପରେ ନଳିତା ବିଡ଼ା ।କେତେବେଳେ ଡାଲି ତ କେତେବେଳଖାଇବା ତେଲ ହୁ ହୁ ହୋଇ ବଢୁଛିଖାଦ୍ୟ ସାମଗ୍ରୀ ଦର । ଓଡ଼ିଶା ବଜାରକୁ
ବାର୍ଷିକ ୨୫ ଲକ୍ଷ କ୍ୱିଣ୍ଟାଲ୍ ଗହମଆବଶ୍ୟକ । ଦୁଇଦିନ ତଳେ ୨୫କିଲୋ ଅଟା ମୂଲ୍ୟ ଥିଲା ୮୫୦ ଟଙ୍କା ।ଏବେ ୯୦୦ ଟଙ୍କାରେ ପହଞ୍ଚିଲାଣି ।
ଖୋଲାରେ ଅଟା କିଲୋ ଏବେ ହେଲାଣି୩୬ ଟଙ୍କା । ଗହମ ସହିତ ପ୍ୟାକେଟ୍ମସଲା ଦର ବି କର୍ପୋରେଟ୍ ସଂସ୍ଥାବଢାଇ ·ଲିଛନ୍ତି । ଏପରିକି ରାଜ୍ୟ ବ୍ୟବସାୟୀ
ମହାସଂଘ ଅଭିଯୋଗ କରିଛି କର୍ପୋରେଟ୍ ସଂସ୍ଥାଜାଣିଶୁଣି ଏସବୁ ଜିନିଷର ଆବଶ୍ୟକତାଠାରୁ ହୋର୍ଡିଂକରି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଖୁଚୁରାବେପାରୀଙ୍କ ବେଉସା ବୁଡ଼ାଇବାକୁ ଏକ ପ୍ରକାରଚକ୍ରାନ୍ତ କରାଯାଉଛି । ଆଉ କେନ୍ଦ୍ର ସରକାର ନୀରବରହି ଏପରି ଅସାଧୁ ବ୍ୟବସାୟକୁ ସମର୍ଥନ କରୁଥିବାଅଭିଯୋଗ ହୋଇଛି ।

Leave A Reply

Your email address will not be published.