ପିତା-ମାତା ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ
ମୁମ୍ବାଇ, : ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ
ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଉଭୟ ପିତାମାତା ହେବାକୁ ଯାଉଥିବା ପ୍ରଶଂସକଙ୍କୁ ଜଣାଇଥିଲେ । ଫେବୃଆରୀ ୨୮ରେ ଗର୍ଭଧାରଣ ନେଇ ଘୋଷଣା କରି, କିଆରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଉଭୟେ ହାତରେ ଶିଶୁ ମୋଜା ଧରିଥିଲେ । ଫଟୋ ଶେୟାର କରି ସେ କ୍ୟାପ୍ଶନରେ ଲେଖିଥିଲେ, ଆମ ଜୀବନର ସବୁଠାରୁ ବଡ ଉପହାର । ଶୀଘ୍ର ଆସୁଛି । ସିଦ୍ଧାର୍ଥ ଏବଂ କିୟାରା ୭ ଫେବୃଆରୀ ୨୦୨୩ରେ ବିବାହ କରିଥିଲେ । ୨୦୨୧ ମସିହାରେ ଉଭୟଙ୍କର “ଶେରଶାହ’ ନାମକ ଏକ ଫିଲ୍ମ ରିଲିଜ ହୋଇଥିଲା । କୁହାଯାଏ ଯେ ଉଭୟଙ୍କ ପ୍ରେମ କାହାଣୀ ଏହି ଫିଲ୍ମର ଶେଟରୁ ଆରମ୍ଭ ହୋଇଥିଲା । ଏହି ଫିଲ୍ମରେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା । ହେଲେ ଦୁହେଁ ସେମାନଙ୍କ ସମ୍ପର୍କକୁ ଗୋପନ ରଖିଥିଲେ ଏବଂ ପରେ ବିବାହ କରିଥିଲେ । କିଆରା ଆଡଭାନୀ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ “ୱାର୍ ୨’ରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କ ହାତରେ ଆଉ ଏକ ବଡ଼ ଫିଲ୍ମ ଥିଲା । ତାହା ହେଉଛି ଫରହାନ ଅଖତରଙ୍କ “ଡନ ୩’ । ଏଥିରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କିଆରାଙ୍କୁ କାଷ୍ଟ କରାଯାଇଥିଲା । କିନ୍ତୁ ଗର୍ଭଧାରଣ ଯୋଗୁ କିଆରା ଏହି ଫିଲ୍ମ ଛାଡି ଦେଇଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ “ଡନ ୩’ରେ କିଆରାଙ୍କ ସ୍ଥାନ ନେଇଛନ୍ତି କ୍ରିତି ସାନନ ।