ପୁଣି ଥରେ ନିର୍ବାଚନ ପାଇଁ ସକ୍ରିୟ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ

238

ଡୁମାଣୀ ଟିଭି,୧୨/୪:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାତରୁ କମାଣ୍ଡ ଖସିବା ପରେ ବି ନିଶ୍ଚିତରେ ବସୁନାହାଁନ୍ତି । ହାତରେ ଶାସନ ଭାର ନଥାଇ ବେ ସେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ଏବେ ସେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ଦାବି କରିଛନ୍ତି ଶୀଘ୍ର ନିର୍ବାଚନ କର ।

ଶାହବାଜ ସରିଫ ନୂତନ ପ୍ରଧାନମନ୍ତ୍ରୀ ହେବାର କିଛି ଘଣ୍ଟା ପରେ ଇମ୍ରାନ ଖାନ ଏହି ଦାବି କରିଛନ୍ତି । ଶାହବାଜ ସରିଫ ସୋମବାର ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ, ପିଟିଆଇ ମୁଖ୍ୟ ଇମ୍ରାନ ଖାନ କହିଛନ୍ତି ଯେ ଶୀଘ୍ର ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ ।

ଯାହାଫଳରେ ଲୋକମାନେ ନିରପେକ୍ଷ ତଥା ମୁକ୍ତ ନିର୍ବାଚନ ମାଧ୍ୟମରେ କିଏ ପ୍ରଧାନମନ୍ତ୍ରୀ ହେବା ଉଚିତ ତାହା ସ୍ଥିର କରିପାରିବେ । କେବଳ ସେତିକି ନୁହେଁ, ଇମ୍ରାନ ଖାନ କହିଛନ୍ତି ଯେ ସେ ୧୩ଏପ୍ରିଲରେ ପେଶାୱାରରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବେ । ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ ଆମେ ପାକିସ୍ତାନରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରୁଛୁ । କାରଣ ଏହା ହେଉଛି ଏକମାତ୍ର ମାର୍ଗ, ଯାହା ଦ୍ୱାରା ଲୋକମାନେ ଏକ ନ୍ୟାୟଯୁକ୍ତ ଏବଂ ଉପଯୁକ୍ତ ନେତା ବାଛିବେ ।

ଇମ୍ରାନ ଲେଖିଛନ୍ତି, ମୁଁ ବୁଧବାର ନମାଜ ପାଠ ପରେ ପେଶାୱାରରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବି । ବିଦେଶୀ ଷଡଯନ୍ତ୍ର ହେତୁ କ୍ଷମତା ପରିବର୍ତ୍ତନ ପରେ ଏହା ପ୍ରଥମ ରାଲି ହେବ । ବିଦେଶୀ ଷଡଯନ୍ତ୍ର ହେତୁ କ୍ଷମତା ପରିବର୍ତ୍ତନ ପରେ ଏହା ପ୍ରଥମ ରାଲି ହେବ । ମୁଁ ଚାହେଁ ତୁମେ ସମସ୍ତେ ଆମ ସମସ୍ତଙ୍କୁ ସହଯୋଗ କର ।

Leave A Reply

Your email address will not be published.