ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟ ଗ୍ରାମ ଚୟନ ନିମନ୍ତେ ପ୍ରସ୍ତୁତ

37

ଖୋର୍ଦ୍ଧା, : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି.ଏମ.ସୁର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟଘର ଗ୍ରାମ ଚୟନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟାମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନସିଂହ, ଉପସଭାପତି, ଗୋପୀନାଥ ମହାରଣା, ଟିପିସିଓଡିଏଲର ମୁଖ୍ୟ ଅଶୋକ ଚୌଧୁରୀ ଯୋଗଦେଇ ଯୋଜନାର ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ସରକାରଙ୍କ ଏହା ଏକ ଅଗ୍ରଣୀ ଯୋଜନା ହୋଇ ଥିବାରୁ ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ କିଭଳି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲା ପରିଷଦ ସଭାପତି ଗୁମାନ ସିଂହ କହିଲେ ଯେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପ୍ରଥମେ ହେବା ଦରକାର । ଲୋକମାନେ ଯୋଜନା ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିଲେ ଯୋଜନା କାର୍ଯ୍ୟକାରିତା ପ୍ରକ୍ରିୟା ସହଜ ହୋଇ ପାରିବ । ସେହିପରି ଉପସଭାପତି, ଜିଲ୍ଲା ପରିଷଦ ଗୋପୀନାଥ ମହାରଣା ତାଙ୍କ ବକ୍ତବ୍ୟରେ କହିଲେ ଯେ ଜନସାଧାରଣଙ୍କୁ ସଚେତନ କରିବାକୁ ହେଲେ ଘର ଘର ବୁଲି ଯୋଜନା ସମ୍ପର୍କରେ ଅବଗତ କରାଇବା, ପ୍ରଚାର ପତ୍ର ବାଣ୍ଟିବା ଅତି ଜରୁରୀ ଅଟେ । ପ୍ରତ୍ୟେକ କାର୍ଯ୍ୟନ୍ୱୟନ ବିଭାଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, କୃଷକ ସାଥୀମାନେ ପ୍ରଧାନମନ୍ତ୍ରୀ ସୁର୍ଯ୍ୟଘର ଯୋଜନାର ହିତାଧିକାରୀ ତଥ୍ୟ ଜନିତ ପ୍ରଚାର ପତ୍ର ତୃଣମୂଳ ସ୍ତରରେ ବାଣ୍ଟିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଡିଓମାନେ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବା ସହ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସମସ୍ତ ବ୍ୟାଙ୍କମାନଙ୍କୁ ଏହି ଯୋଜନାରେ ଥିବା ଋଣ ପ୍ରଦାନ ଦିଗରେ ଅବଗତ କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ମାନେ ମଧ୍ୟ ଯୋଜନାକୁ ସଫଳ ରୂପାୟନ ନିମନ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଅନ ଲାଇନ୍ ଆବେଦନ ସମ୍ପର୍କରେ ବିସ୍ତୃତ ତଥ୍ୟ ପାୱାର ପଏଣ୍ଟ ଉପକରଣରେ ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ଇଂପି.କେ.ଦାସ ଉପସ୍ଥାପନ କରିଥିଲେ । ଏହି ଯୋଜନାକୁ ନିର୍ଦ୍ଧାରିତ ସମୟ ୬୦ଦିନ ଭିତରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସମସ୍ତ କମିଟି ସଦସ୍ୟ, ସଦସ୍ୟା ଏବଂ ଟିପିସିଓଡିଏଲ ମୁଖ୍ୟ, ରିନୀୟେବୁଲ ଅଶୋକ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ଦ୍ଦେଶକ, ଓରୀଡା, ମହେଶ୍ୱର ବଡ଼ଜେନା, ଅଧିକ୍ଷଣ ଯନ୍ତ୍ରୀ, ଟିପିସିଓଡିଏଲ, ଭୁବନେଶ୍ୱର ମନୋଜ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଖୋର୍ଦ୍ଧା, ପଞ୍ଚାୟତ ସମିତି ଅଧକ୍ଷା, ଶ୍ରିମୟୀ ପ୍ରିୟଦର୍ଶିନୀ, ଡିପିସି, ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ପଂଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.