ପ୍ରେମିକା ପିଠିରେ ୨୦ ଛୁରୀ, ହତ୍ୟା ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ

50

ବ୍ରହ୍ମପୁର ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ କଲା ସିନ୍ ରିକ୍ରିଏସନ । ବ୍ରହ୍ମପୁର ଗେଷ୍ଟ ହାଉସରେ ପ୍ରେମିକା ପ୍ରିୟାଙ୍କୁ ପୁରୁଷ ବନ୍ଧୁ ଅଭୟ ୧୬ ଥର ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟା ଘଟଣାରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମପୁର ପୋଲିସ ।କିଭଳି ହତ୍ୟା କରିଥିଲା ଡେମୋ ଦେଖାଇଲା ଅଭିଯୁକ୍ତ ।ବୈଦ୍ୟନାଥପୁର ଥାନା ନୂଆ ବସଷ୍ଟାଣ୍ଡ ନିକଟ ଗେଷ୍ଟହାଉସକୁ ଗତକାଲି ଉଭୟ ଆସିଥିଲେ। ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଏପରି କି ବାରମ୍ବାର ଗେଷ୍ଟ ହାଉସକୁ ମଧ୍ୟ ଆସୁଥିବା ସୂଚନା ମିଳିଛି ।ପ୍ରେମକୁ ନେଇ ସନ୍ଦେହ ପରେ ଯୁବକ ଜଣକ ହତ୍ୟା କରିଥିବା ଗତକାଲି ଏସପି ସ୍ପଷ୍ଟ କରିଥିଲେ । ଅଭିଯୁକ୍ତକୁ ପୋଲିସ ଗିରଫ ପରେ କୋର୍ଟଚାଲାଣ କରିଥିଲା । ପ୍ରେମିକାଙ୍କୁ କିଭଳି ହତ୍ୟା କରିଥିଲା ଆଜି ଡେମୋ ଦେଖାଇଛି ଅଭିଯୁକ୍ତ ।

Leave A Reply

Your email address will not be published.