ବର୍ଷାଜଳ ନିଷ୍କାସନ ସୁପରିଚାଳନା ପାଇଁ ନିର୍ଦ୍ଦେଶ କମିଶନରଙ୍କ ବାହାନା, ସାପୁଆ ନାଳ ପରିଦର୍ଶନ
ବ୍ରହ୍ମପୁର, : ବ୍ରହ୍ମପୁର ମହାନଗର ନିଗମର କମିଶନର ପି ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ବିଭିନ୍ନ ୱାର୍ଡର ଡ୍ରେନେଜ୍ ସମସ୍ୟା ଅନୁଧ୍ୟାନ କରିବା ସହ ବର୍ଷାଜଳ ନିଷ୍କାସନର ସୁପରିଚାଳନା ପାଇଁ ବାହାନା ଓ ସାପୁଆନାଳ ପରିଦର୍ଶନ କରିଛନ୍ତି । ବର୍ଷା ହେଲେ ବିଭିନ୍ନ ୱାର୍ଡର ଓ ମୁଖ୍ୟରାସ୍ତା ଜଳ ନିଷ୍କାସନ ହୋଇନପାରି ରାସ୍ତାର ପାଣି ଭର୍ତ୍ତି ହୋଇ ତଳିଆଞ୍ଚଳରେ ଘରେ ପାଣି ପଶିବାର ଦେଖା ଦେଇଛି।ବର୍ଷାଜଳ ନିଷ୍କାସନ ହୋଇପାରୁନଥିବା ବିଭିନ୍ନ ଅଞ୍ଚଳ ଆମ୍ଭପୁଆ, ଫାଷ୍ଟଗେଟ୍, ଗଜପତି ନଗର, ଡିପଲ ସ୍କୁଲ, ଲକ୍ଷ୍ମୀନୃସିଂହସାହି ଅନୁଧ୍ୟାନ କରି ପ୍ରତିକାର ପାଇଁ ନୂତନ ଭାବେ କମିଶନର ଭାବେ ଦାୟିତ୍ୱନେବା ପରେ ଗୁରୁତ୍ୱାରୋପକରିଛନ୍ତି । ସହରର ପରିମଳ ବ୍ୟବସ୍ଥା ସୁଧାରିବା ସହ ବର୍ଷାଜଳ ସୁନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହଆଲୋଚନା କରିଥିଲେ । ଆଜି ବର୍ଷାଜଳ ଅଟକି ରହୁଥିବା ବହୁ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ପ୍ରତିକାର ପାଇଁବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ସହ କିମିଶନର ଅନୁଧ୍ୟାନ କରି ବାହାନା ନାଳ, ସାପୁଆନାଳ, ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର କଲ୍ୟାଣି ସଂଘମିତ୍ରା, ଡେପୁଟି କମିଶନର ଆର୍ଶୀବାଦ ପରିଡ଼ା, ସିଟି ଇଞ୍ଜିନିୟର ମନୋଜ ପାତ୍ର, ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଡୁଙ୍ଗୁଡୁଙ୍ଗୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜୀବ ପଣ୍ଡା, ସହକାରୀ ଯନ୍ତ୍ରୀ ଗଣେଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।