ଭଦ୍ରକ ପୋଲିସର କଡା ପଦକ୍ଷେପ, ଶବ୍ଦ ପ୍ରଦୂଷଣ କରୁଥିବା ବାଇକର ପ୍ରାୟ ୨୫୦ ରୁ ଉର୍ଦ୍ଧ ସାଇଲେନ୍ସରକୁ କଲା ନଷ୍ଟ
Bhadrak police take strict action, destroy over 250 silencers of noise-polluting bikes
ଭଦ୍ରକ : ଭଦ୍ରକ ପୋଲିସ ପକ୍ଷରୁ ଅମାନିଆ ବାଇକ ଚାଳକ ମାନଙ୍କ ପାଇଁ ନେଲେ କଡା ପଦକ୍ଷେପ, ଏବେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ଲଗାଇଲେ ଏମିତି ହବ ନଷ୍ଟ, ଭଦ୍ରକ ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଏକ ମାସ ଧରି ଚାଲିଥିବା ବାଇକ ଚେକିଂ ରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ବାଇକ ସାଇଲେନ୍ସକୁ ବାହାର କରି ଆଜି ନଷ୍ଟ କରାଯାଇଛି, ସହରାଞ୍ଚଳ ଥାନା ପରିସରରେ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଙ୍କ ନେତୃତ୍ୱରେ ନଷ୍ଟ କରାଯାଇଛି, ଯେଉଁମାନେ ଶବ୍ଦ ପ୍ରଦୂଷଣ ସାଇଲେନ୍ସର ଲଗାଉଛନ୍ତି ତାଙ୍କ ଉପରେ 10 ହଜାର ଟଙ୍କା ଜୋରିମାନା ସହ ସାଇଲେନ୍ସର କୁ ନଷ୍ଟ କରାଯାଇଛି, ଏବଂ ଯେଉଁ ମାନେ ବିକ୍ରି କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ପ୍ରଭାଂଶୁ ମିଶ୍ର, ସେହିପରି ଯେଉଁ ମାନେ ବାଇକ ଚଳାଇବା ବେଳେ ମୋବାଇଲ ରେ କଥା ହେଉଛନ୍ତି ଆଗାମୀ ଦିନରେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି