ଭାରତ-ବାଂଲାଦେଶ ମଧ୍ୟରେ ୩ ପ୍ରକଳ୍ପର ଶୁଭାରମ୍ଭ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରରେ ହେବ ବିକାଶ

154

ନୂଆଦିଲ୍ଲୀ,୧ା୧୧: ଭାରତ ଏବଂ ବାଙ୍ଗଲାଦେଶ ପାଇଁ
ଐତିହାସିକ ଦିନ । ବୁଧବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ
କନଫରେନ୍ସିଂ ମାଧ୍ୟମରେ ମିଳିତ ଭାବରେ ତିନିଟି
ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ
ଭାରତର ସହାୟତାରେ କାର୍ଯ୍ୟକ୍ଷମ ହେବ । ଏହାଦ୍ୱାରା
ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରରେ ବିକାଶ ହେବ । ଏହି
ତିନି ପ୍ରକଳ୍ପରେ ଅଖୌରା-ଅଗରତାଲା କ୍ରସ-ବର୍ଡର ରେଳ
ଲିଙ୍କ୍, ଖୁଲନା-ମୋଙ୍ଗଲା ପୋର୍ଟ ରେଳଲାଇନ ଏବଂ
ବାଂଲାଦେଶର ରାମପାଳରେ ମୈତ୍ରୀ ସୁପର ଥର୍ମାଲ ପାୱାର
ପ୍ଲାଣ୍ଟର ୟୁନିଟ୍-୨ ସାମିଲ୍ ରହିଛି । ଏହାଦ୍ୱାରା ଭାରତ ଏହାର
ପଡ଼ୋଶୀ ଦେଶ ବାଂଲାଦେଶ ସହ ବ୍ୟବସାୟିକ ସହଭାଗିତା
ବୃଦ୍ଧି ପାଇବା ସହ ବାଂଲାଦେଶର ଉର୍ଜା
ଆବଶ୍ୟକତାକୁ ମଧ୍ୟ ପୂରା କରିବାରେ ସହଯୋଗ ହେବ । ଏହି ଅବସରରେ
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି ଯେ, ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପର
ମିଳିତ ଉଦ୍ଘାଟନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବନ୍ଧୁତା ଏବଂ ସହଯୋଗକୁ
ଦର୍ଶାଉଛନ୍ତି । ଏହା ସହ ଜି-୨୦ ସମୟରେ କରାଯାଇଥିବା ସ୍ୱାଗତ ପାଇଁ ସେ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଏହା ସହ ବାଙ୍ଗଲଦେଶ ପ୍ରଧାନମନ୍ତ୍ରୀ
କହିଛନ୍ତି “ଅଖୌରା-ଅଗରତାଲା କ୍ରସ-ବର୍ଡର ରେଳ ଲିଙ୍କ୍ ପ୍ରକଳ୍ପ ଭାରତ
ସରକାରଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଭାରତ ବାଂଲାଦେଶକୁ
୩୯୨.୫୨ କୋଟି ଟଙ୍କାର ସହଯୋଗ କରିଛି । ସେହିଭଳି ଖୁଲନା-ମୋଙ୍ଗଲା
ପୋର୍ଟ ରେଳ ଲାଇନ ପରିଯୋଜନାକୁ ନେଇ ସେ କହିଛନ୍ତି ଯେ, ଏଥିପାଇଁ ବ୍ୟୟ
ଅଟକଳ ୩୮୮.୯୨ ମିଲିୟନ ଆମେରିକୀୟ ଡଲାର ରହିଛି ।’ ଆହୁରି ମଧ୍ୟ
ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ବାଂଲାଦେଶର ଖୁଲନା ଡିଭିଜନରେ
ରାମପାଳର ସ୍ଥିତ ୧୩୨୦ ମେଗାୱାଟର ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ରହିଛି ।
ଯାହା ବାଂଲାଦେଶ-ଭାରତ ମୈତ୍ରୀ ପାୱାର କମ୍ପାନୀ ଲିମିଟେଡ ଦ୍ୱାରା ଆରମ୍ଭ
କରାଯାଇଥିବା କହିଛନ୍ତି ଶେଖ ହସିନା । ଏହି ଅବସରରେ ପିଏମ ମୋଦୀ କହିଛନ୍ତି
ଯେତେ କାମ ତାଙ୍କ ସରକାର ଗତ ୯ ବର୍ଷରେ କରିଛି ତାହା ଦଶନ୍ଧିରୁ ହୋଇନଥିଲା ।
ଅଖୌରା-ଅଗରତାଲା ରେଳ ଲିଙ୍କ୍ ଭାରତର ଉତ୍ତର ପୂର୍ବ ରାଜ୍ୟ ଏବଂ ବାଂଲାଦେଶ
ମଧ୍ୟରେ ପ୍ରଥମ ରେଳ ଲିଙ୍କ୍ । ଏହା ଦୁଇ ଦେଶ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛ

Leave A Reply

Your email address will not be published.