ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି

28

ଜଗନ୍ନାଥ ପ୍ରସାଦ, : ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ ଗଣମାଧ୍ୟମକୁ ସୂଚନା ଦେବାପରେ ବର୍ତ୍ତମାନ ବିଭିନ୍ନ ପଦପଦବୀ ପାଇବା ପାଇଁ ଦଳୀୟ ନେତା ଏବଂ ସେମାନଙ୍କ ସମର୍ଥକମାନେ ଲବିକୁ ପୂର୍ବ ଅପେକ୍ଷା ଜୋରଦାର କରିଦେଇଛନ୍ତି। ଏହିଭଳି ପରିପେକ୍ଷୀରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ଭଞ୍ଜନଗରନିର୍ବାଚନ ମଣ୍ଡଳୀ ରେ ଜୋରଦାର ଦାବି କରିଛନ୍ତି। ଏନେଇ ପ୍ରଦ୍ୟୁମ୍ନଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରଦ୍ୟୁମ୍ନ ଜଣେ ଟାଣୁଆ ନେତା। ବିଜେଡିର ବରିଷ୍ଠ ମନ୍ତ୍ରୀ ୨୪ବର୍ଷ ଶାସନକରିଥିବା ବିକ୍ରମ କେଶରୀ ଆରୁଖଙ୍କୁ ସେ ପରାସ୍ତ କରି ଆସିଛନ୍ତି। ସେ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଜଣେ ବରିଷ୍ଠ କର୍ମକର୍ତ୍ତା। ରାଜ୍ୟ ବାର ଆସୋସିଏସନର ମଧ୍ୟ ଜଣେ କର୍ମକର୍ତ୍ତା। ଏଥିସହିତ ସେ ରାଜ୍ୟସ୍ତରୀୟ ଅନେକ ସଂସ୍ଥା ସହ ଜଡିତ। ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ଆଧ୍ୟାତ୍ମିକ ପ୍ରେମୀଭାବେ ସେ ପରିଚିତ। କନ୍ଧମାଳ ଲୋକସଭା କ୍ଷେତ୍ରରୁ ଜଣେ ମଧ୍ୟ ବିଧାୟକ ମନ୍ତ୍ରୀ ହୋଇନାହାନ୍ତି। ତେଣୁ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ଭଞ୍ଜନଗରବାସୀ ଦାବୀ କରିଛନ୍ତି। ପ୍ରଦ୍ୟୁମ୍ନ ମନ୍ତ୍ରୀ ହେଲେ ଗଞ୍ଜାମ ଓ କନ୍ଧମାଳ ଜିଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଦଳୀୟ ସଂଗଠନ ବୃଦ୍ଧି ପାଇବ। ତେଣୁ ଜଗନ୍ନାଥପ୍ରସାଦ ବ୍ଲକ ସମର୍ଥିତ ସରପଞ୍ଚ, ସମିତିସଭ୍ୟ, ସମେତ ପାର୍ଶ୍ୱ ରେ ଥିବା ନେତା ମାନେ ପ୍ରମୁଖ ସାମାଜିକ ଗଣମାଧ୍ୟମରେ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦବୀ ଦେବାପାଇଁ ଦାବି କରିଛନ୍ତି। ହେଲେ ଦେଖିବାକୁ ବାକିରହିଲା କେବେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ନିମନ୍ତେ ସ୍ଥାନ ଦେଲେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜନସାଧାରଣ ତାଙ୍କ ଉପରେ ଆଶା ଭରସା ରଖି ଅପେକ୍ଷା କରିଛନ୍ତି |

Leave A Reply

Your email address will not be published.