ମାତାପିତା ହେବାକୁ ଯାଉଥିବା ଘୋଷଣା କଲେ କ୍ୟାଟ୍ରିନା-ବିକି
Katrina and Vicky announce they are going to become parents
ମୁମ୍ବାଇ, : ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ । ଦୁହେଁ ଏନେଇ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି । କିଛି ଦିନ ହେବ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦୁହେଁ ଖବରକୁ ସ୍ପଷ୍ଟ କରିଛନ୍ତି । ଇନଷ୍ଟାରେ ଏକ ଫଟୋ ସେୟାର କରି ଉଭୟ ବିକି ଓ କ୍ୟାଟ୍ରିନା ଲେଖିଛନ୍ତି ଯେ, ‘ଆମ ଜୀବନର ସର୍ବୋତ୍ତମ ଅଧ୍ୟାୟ ଆରମ୍ଭ ହେବାକୁଯାଉଛି । ହୃଦୟ ଆନନ୍ଦ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ ।\’ ଦୁହେଁ ସେୟାର କରିଥିବା ଫଟୋରେ ଦୁହେଁ ଧଳାରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବିକି, କ୍ୟାଟ୍ରିନାଙ୍କ ବେବି ବମ୍ପକୁ ସ୍ନେହର ସହ ଧରିଛନ୍ତି । ତେବେ କେବେ କ୍ୟାଟ୍ରିନାଙ୍କ ପ୍ରସବ ହେବ ବା ସେ କେତେ ମାସର ଗର୍ଭବତୀ ଅଛନ୍ତି, ତାହା ଜଣାପଡ଼ିନାହିଁ । ତେବେ କୁହାଯାଉଛି ଯେ, ବିକି ଏବଂ କ୍ୟାଟ୍ରିନା ଆସନ୍ତା ମାସରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିପାରନ୍ତି । ପୂର୍ବରୁ ଅନେକ ଥର ଏଭଳି ଚର୍ଚ୍ଚା ହୋଇଥିବା ବେଳେ ଅଭିନେତା ପ୍ରତିଥର ଚର୍ଚ୍ଚାକୁ ଅସ୍ୱୀକାର କରି ଆସୁଥିଲେ । ହେଲେ ଏଥର ସେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି । ପୂର୍ବରୁ, ଯେତେବେଳେ କ୍ୟାଟ୍ରିନା କୈଫଙ୍କ ଗର୍ଭବତୀ ହେବାର ଗୁଜବ ପ୍ରକାଶ ପାଇଥିଲା, ବିକି କୌଶଲ କହିଥିଲେ ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ । ତାଙ୍କ ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍\’ର ଟ୍ରେଲର ଲଞ୍ଚ ସମୟରେ ବିକି କୌଶଲ କହିଥିଲେ, ‘ଖୁସି ଖବର କଥା କହିବାକୁ ଗଲେ, ଆମେ ଏହାକୁ ନିଶ୍ଚିତ ଭାବେ ଆପଣଙ୍କ ସହିତ ସେୟାର କରିବୁ । କିନ୍ତୁ ବର୍ତ୍ତମାନ ଏହି ଖବରରେ କୌଣସି ସତ୍ୟତା ନାହିଁ । ଏବେ ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍\’ର ମଜା ନିଅନ୍ତୁ । ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବରେ ଏହାକୁଆପଣଙ୍କ ସହିତ ସେୟାର କରିବୁ ।\’ ଉଲ୍ଲେଖଯୋଗ୍ୟ, କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ୨୦୨୧ ମସିହାରେ ରାଜସ୍ଥାନରେ ବିବାହ କରିଥିଲେ । କେବଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ । ଏହି ଦମ୍ପତି ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବିବାହର ଖବର ଦେଇଥିଲେ । ବର୍ତ୍ତମାନ ପ୍ରଶଂସକମାନେ କ୍ୟାଟ୍ରିନାଙ୍କ ଗର୍ଭଧାରଣକୁ ନେଇ ଉତ୍ସାହିତ ।